ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ କଥା ହୋଇ ତାଙ୍କୁ ଜି -୨୦ର ସଫଳ ଅଧ୍ୟକ୍ଷତା କାମନା କରିଛି। ମିଳିତ ଜାତିସଂଘରେ ମାନବିକ ସହାୟତା ତଥା ସମର୍ଥନ ପାଇଁ ୟୁକ୍ରେନର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇବା ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ କରିବା ଉପରେ ଆଲୋଚନା କରିଛନ୍ତି। ଏପରିକି ଭାରତୀୟ ଛାତ୍ରମାନଙ୍କ ନିରନ୍ତର ଶିକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା ଜଣାପଡିଛି।