Categories: ଜାତୀୟ

ଶିକ୍ଷା ନୀତିକୁ ନେଇ ମୋଦିଙ୍କ ମନ୍ତବ୍ୟ: ପିଲାଙ୍କ ମଧ୍ୟରେ ଶିଖିବାର ଆଗ୍ରହ ବଢୁଛି

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ନୂଆ ଶିକ୍ଷା ନୀତି ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଗତ ୩-୪ ବର୍ଷ ବିଚାରବିମର୍ଶ ପରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ଦିଆଯାଇଛି। ବିଭିନ୍ନ ବିଚାରଧାରର ଲୋକେ ଏହା ଉପରେ ମନ୍ଥନ କରୁଛନ୍ତି। କିନ୍ତୁ କେହି ଏହାକୁ ବିରୋଧ କରୁ ନାହାନ୍ତି। କାରଣ ଏଥିରେ କୌଣସି ଏକତରଫା ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମୋଦି କହିଛନ୍ତି। ଭାରତକୁ ଶକ୍ତିଶାଳୀ କରିବାକୁ ହେଲେ ଏହାର ନାଗରିକଙ୍କୁ ସଶକ୍ତ ହେବା ଜରୁରୀ। ଏଥିପାଇଁ ଭଲ ଶିକ୍ଷା ଆବଶ୍ୟକ। ଆଜିକାଲି ନର୍ସରୀରେ ପଢୁଥିବା ପିଲାମଧ୍ୟ ନୂଆ କିଛି କରିବାକୁ ଚାହୁଁଛନ୍ତି। ତେଣୁ ନୂଆ ଶିକ୍ଷା ନୀତି ଲାଗୁ ହେବା ଦ୍ୱାରା ସେମାନଙ୍କ ଭବିଷ୍ୟତ ପାଇଁ ଉଜ୍ଜଳ ହେବ ବୋଲି ମୋଦି କହିଛନ୍ତି।

Share