Categories: ଜାତୀୟ

ପ୍ରଦୀପ ଜୋଷୀ ୟୁପିଏସ୍‌ସି ଅଧ୍ୟକ୍ଷ

ନୂଆଦିଲ୍ଲୀ, ୮।୮(ପି.ଟି.):ଦେଶରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପରିଚାଳନା କରୁଥିବା ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି)ର ନୂତନ ଅଧ୍ୟକ୍ଷ ଭାବେ ଶିକ୍ଷାବିତ୍‌ ପ୍ରଫେସର ପ୍ରଦୀପ କୁମାର ଜୋଷୀଙ୍କୁ ଶୁକ୍ରବାର ନିଯୁକ୍ତି ଦିଆଯାଇଛି। ସେ ଅରବିନ୍ଦ ସାକ୍ସେନାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ଅରବିନ୍ଦଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପବ୍ଲିକ୍‌ ସର୍ଭିସ କମିଶନ ଅଧ୍ୟକ୍ଷ ଥିବା ଜୋଷୀ ୨୦୧୫ ମେ’ରେ ୟୁପିଏସ୍‌ସି ସଦସ୍ୟ ଭାବେ ଯୋଗଦେଇଥିଲେ। ସେ ଏହାର ଅଧ୍ୟକ୍ଷ ଭାବେ ୨୦୨୧ ମେ’ ୧୨ ପର୍ଯ୍ୟନ୍ତ ରହିବେ।

Share