Categories: ଜାତୀୟ

ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେଶନରୁ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ।
ଏହା ହେଉଛି ହିମାଚଳ ପ୍ରଦେଶରୁ ଚାଲୁଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ। ଖୁବ ଶୀଘ୍ର ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଟ୍ରେନ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ବୁଧବାର ବ୍ୟତୀତ ଏହି ଟ୍ରେନ ସପ୍ତାହର ଅନ୍ୟ ସମସ୍ତ ଦିନରେ ଚାଲିବ। ଏହି ଟ୍ରେନ ହିମାଚଳରୁ ଦିଲ୍ଲୀ ଯାତ୍ରା କରିବାକୁ ମାତ୍ର ପାଞ୍ଚ ଘଣ୍ଟା ଲାଗିବ। ଏଥି ସହିତ, ଏହା ମାଧ୍ୟମରେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ ମଧ୍ୟରେ ଯାତ୍ରା ତିନି ଘଣ୍ଟା ମଧ୍ୟରେ କରାଯାଇପାରିବ। ନିକଟରେ ଗୁଜରାଟର ଗାନ୍ଧିନଗର ମଧ୍ୟରେ ମୁମ୍ବାଇ ଅଭିମୁଖେ ଚାଲୁଥିବା ତୃତୀୟ ବନ୍ଦେ ଭାରତ ଟ୍ରେନକୁ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିଥିଲେ।

Share