ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଧର୍ମଘଟ

ଗଞ୍ଜାମ,୧୫ା୭(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ଘଟି ଚାଲିଛି। ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର୍‌ ଶହେ ଟପିଲାଣି। ଏହାର ପ୍ରତିବାଦ କରି ଗୁରୁବାର ଭାରତୀୟ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି( ସିପିଆଇ)ପକ୍ଷରୁ ଦିନିକିଆ ଧର୍ମଘଟ କରାଯାଇଥିଲା। ସିପିଆଇ ସିପିଏମର ଶତାଧିକ ଦଳୀୟ କର୍ମୀ ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଅଟକାଇବା ସହ ଗଞ୍ଜାମ ସହରରେ ଦୋକାନ ବଜାର ବନ୍ଦ କରିଥିଲେ। ସିପିଏମର ବରିଷ୍ଠ ନେତା ତଥା ସରପଞ୍ଚ ଦିଲୀପ ଛୋଟରାୟ, ସିପିଆଇ ନେତା କୈଳାଶ ଚନ୍ଦ୍ର ପଲାଇ, ଶ୍ରମିକ ନେତା ବିଶ୍ୱନାଥ ବିଶ୍ୱାଳ,ଜୋନ୍‌ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଲାଇ, ତ୍ରିଲୋଚନ ପ୍ରଧାନ, ସୁରେନ୍ଦ୍ର ମହାରଣା, ଗୋବର୍ଦ୍ଧନ ପ୍ରଧାନଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Share