Categories: ଜାତୀୟ

କୃଷି ଆଇନ ସପକ୍ଷରେ ଟୁଇଟ୍‌ କଲେ ରବିଶଙ୍କର-ପ୍ରକାଶ ଜାଭ୍‌ଡ଼େକର

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଚାଷୀ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରିସ୍ଥଳେ ସୋମବାର କେନ୍ଦ୍ରୀୟମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭ୍‌ଡ଼େକର ଚାଷୀଙ୍କୁ ବୁଝାଇବା ପାଇଁ ଟୁଇଟ୍‌ କରି କୃଷି ଆଇନକୁ ସମର୍ଥନ କରିଛନ୍ତି। ରବିଶଙ୍କର କହିଛନ୍ତି ଯେ, କୃଷି ଆଇନ ନେଇ ଚାଷୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଛି। ଏହି ଆଇନ କୃଷି ଉତ୍ପାଦ ବଜାର କମିଟି ଏବଂ ମଣ୍ଡି ମଧ୍ୟରେ ଥିବା ସମ୍ପର୍କରେ ବାଧା ଦେବ ନାହିଁ। ମଣ୍ଡି ଗୁଡ଼ିକ ପୂର୍ବପରି କାର୍ଯ୍ୟ ଜାରି ରଖିବେ। ନୂଆ ଆଇନ ଦ୍ୱାରା ଚାଷୀ ନିଜ ଉତ୍ପାଦକୁ ଇଛାମୁତାବକ ଯେ କୌଣସିଠାରେ ବିକ୍ରି କରିପାରିବେ। ମଣ୍ଡି ଅବା ମଣ୍ଡି ବାହାରେ ଯିଏ ଚାଷୀଙ୍କୁ ଉପଯୁକ୍ତ ଦାମ ଦେବ ତାଙ୍କୁ ଉତ୍ପାଦ ବିକ୍ରି କରାଯାଇ ପାରିବ। ସେହିପରି ପ୍ରକାଶ ଜାଭ୍‌ଡ଼େକର କହିଛନ୍ତି ଯେ, ନୂଆ ଆଇନ ନେଇ ଚାଷୀଙ୍କ ମଧ୍ୟରେ ଭୁଲ ଧାରଣା ରହିଛି। ଏହି ଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବପରି ରହିଛି। ମଣ୍ଡିର କାର୍ଯ୍ୟ ମଧ୍ୟ ଜାରି ରହିବ। ସେହିପରି ସରକାର ମଧ୍ୟ କୃଷି ଉତ୍ପାଦ କ୍ରୟ କରିବେ। ଏଥିରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ସେ କହିଛନ୍ତି।

Share