ଚଢ଼ାଉ ସମୟରେ ଖଣିଜ ଅଧିକାରୀଙ୍କ ଘରୁ ମିଳିଲା ଏସବୁ ବିଳାସପୂର୍ଣ୍ଣ ସାମଗ୍ରୀ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୪ା୯: ମଧ୍ୟପ୍ରଦେଶର ଇନ୍ଦୋର ଜିଲା ଖଣିଜ ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ଲୋକାୟୁକ୍ତ ବିଭାଗ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଘର ଭିତରେ ଅଧିକାରୀମାନେ ବିଳାସପୂର୍ଣ୍ଣ ଜିନିଷ ସବୁ ଦେଖି ଆଶର୍ଯ୍ୟ ହୋଇଯାଇଥିଲେ। ଇନ୍ଦୋର ମାଉଣ୍ଟ ବର୍ଗ କଲୋନୀରେ ପ୍ରଦୀପ ଖାନ୍ନାଙ୍କ ଏହି ବିଳାସମୟ ଘର ରହିଛି।

ଯେଉଁ ଖଣିଜ ଅଧିକାରୀଙ୍କ ଚାକିରିରୁ ଆୟ ୭୫ ଲକ୍ଷ ମାତ୍ର ସେ ଗୋଟିଏ ଗୋଟିଏ ଘରେ ୩ କୋଟିରୁ ଅଧିକ ଟଙ୍କାର ଦାମୀ ଜିନିଷ ଲଗାଇଛନ୍ତି। ଏହି ଘରେ ୧ ଲକ୍ଷ ଟଙ୍କାର ଡାଇନିଂ ଟେବୁଲ, ୧୨ ସିଟ୍‌ ବିଶିଷ୍ଟ ସୋଫା, ମିନି ଥିଏଟର, ଝୁମର, ବିଦେଶୀ ସାମଗ୍ରୀ ଲାଗିଥିବା ଫର୍ଣ୍ଣିଚର, ପ୍ରତି କୋଠରିରେ ଦୁଇ ଦୁଇଟି ଏସି ସହିତ ବାଥରୁମ୍‌ରେ ବି ଲାଗିଥିଲା ଏସି।

ଘର ଭିତରେ ଦାମୀ ମଦ ଥିବା ଏକ ଛୋଟ ବାର୍‌ ମଧ୍ୟ ଦେଖିବାକୁ ମିଳିଥିଲା। ଇନ୍ଦୋରର ତତ୍କାଳୀନ ଖଣିଜ ଅଧିକାରୀ ପ୍ରଦୀପ ଖାନ୍ନା ଇନ୍ଦୋରରୁ ଶୋପୁରକୁ ବଦଳି ହୋଇଥିଲା।

ଖଣି ଲିଜ୍‌ ମାମଲାରେ ଇନ୍ଦୋର କମିଶନର ପ୍ରଦୀପଙ୍କୁ ନିଲମ୍ବନ କରିଥିଲେ। ଚଢ଼ାଉ ସମୟରେ ଇନ୍ଦୋରରେ ପ୍ରଦୀପଙ୍କ ୨ଟି ବଙ୍ଗଳା, ଗୋଟିଏ ଫ୍ଲାଟ୍‌ ଏବଂ ନଗଦ ୮ ଲକ୍ଷ ଟଙ୍କା ସହିତ ଅନେକ କାଗଜପତ୍ର ମିଳିଥିଲା।

Share