Categories: ଜାତୀୟ

ଶସ୍ତ୍ର ପୂଜନ କଲେ ରାଜନାଥ: ଦେଶର ପ୍ରତି ଇଞ୍ଚ ଜମିର ସୁରକ୍ଷା କରିବାକୁ ସେନା ପ୍ରସ୍ତୁତ

ଦାର୍ଜିଲିଂ, ୨୫।୧୦: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଶସ୍ତ୍ର ପୂଜନ କରିଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂର ଥିବା ସୁକନା ଯୁଦ୍ଧ ସ୍ମାରକୀଠାରେ ସେ ସେନା ପକ୍ଷରୁ ଆୟୋଜିତ ପୂଜନ କାର୍ଯ୍ୟରେ ଯୋଗାଦେଇଛନ୍ତି। ଏହି ଅବସରରେ ସେ ଚାଇନା ଏବଂ ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଭାରତୀୟ ସେନା ପ୍ରତି ଇଞ୍ଚ ଜମିରୁ ସୁରକ୍ଷା କରିବା ପ୍ରସ୍ତୁତ। ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଶାନ୍ତିର ଆବଶ୍ୟକତା ରହିଛି। ଏଠାରେ ସୃଷ୍ଟି ହେଉଥିବା ଉତ୍ତେଜନା କମିବା ଉଚିତ। ତେବେ ସେନା ଭାରତର ଜମିରେ ପଡ଼ୋଶୀ ଦେଶର କବ୍‌ଜାକୁ ପ୍ରତିହତ କରିବା ଲାଗି ସଦାସର୍ବଦା ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share