ଗଣବଳାତ୍କାର ମାମଲା, ୨ ଅଭିଯୁକ୍ତଙ୍କୁ ଆଜୀବନ

ବ୍ରହ୍ମପୁର,୧୩ା୧୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକସୋ ଜଜ ପ୍ରଣତି ପଟ୍ଟନାୟକ ୨୦୨୧ରେ ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ନାବାଳିକା ଗଣବଳାତ୍କାର ମାମମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି। କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ୨ ଜଣ ହେଲେ ଗୋଳନ୍ଥରା ଅଞ୍ଚଳର ରୁତୁରାଜ ବେହେରା(୩୦) ଓ ହେମନ୍ତ ବେହେରା(୨୮) ।

ଆଜୀବନ କାରାଦଣ୍ଡ ସହ ଉଭୟ ଅଭିଯୁକ୍ତଙ୍କୁ ୩୫ ହଜାର ଲେଖାଏଁ ଜରିମାନା ଦେବାକୁ ଜଜ୍‌ ନିର୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ହେବ ବୋଲି ଜଜ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡିତା ନାବାଳିକାଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଡିଏଲଏସଏକୁ ନିର୍ଦେଶ ଦେଇଛନ୍ତି । ଏନେଇ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପିପି) ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

Share