ନୂଆଦିଲ୍ଲୀ,୧୩ା୪: ଜଣେ ବିଚାରପତି କୌଣସି ମାମଲାର ସମ୍ପୂର୍ଣ୍ଣ ରାୟ ପ୍ରସ୍ତୁତ ନ କରି କୋର୍ଟରେ ଚୂଡ଼ାନ୍ତ ଭାଗ ଶୁଣାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କର୍ନାଟକ ହାଇକୋର୍ଟ ଡିଭିଜନ୍ ବେଞ୍ଚର ଜଣେ ବିଚାରପତି ଶୁଣାଇଥିବା ଏକ ରାୟକୁ ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଜଷ୍ଟିସ୍ ଭି. ରାମସୁବ୍ରମଣ୍ୟମ୍ ଏବଂ ପଙ୍କଜ ମିଥଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କର୍ନାଟକ ହାଇକୋର୍ଟ ଗମ୍ଭୀର ଅଭିଯୋଗଗୁଡ଼ିକ ଉପରେ ଚୂନ ମାରିବା ଭଳି କାର୍ଯ୍ୟ କରିଛନ୍ତି। ବିଚାରପତିଙ୍କ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।