ନାଗପୁର,୨୬।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏନେଇ ବିରୋଧୀ ଦଳର ନେତାମାନେ ସୋମବାର ନାଗପୁରରେ ପ୍ରଦର୍ଶନ କରିଛନ୍ତି।
ମହାରାଷ୍ଟ୍ରର ବିରୋଧୀ ଦଳର ନେତାମାନେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ରାଜ୍ୟ ସରକାର ଏବଂ କର୍ନାଟକ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ବିରୋଧୀ ଦଳର ନେତାମାନେ ହାତରେ ପ୍ଲାକାର୍ଡ ଧରିଥିଲେ। ଏଥିରେ ସୀମା ବିବାଦର ସମାଧାନ କର କିମ୍ବା ଗାଦି ଖାଲି କରିବାକୁ ମହାରାଷ୍ଟ୍ର ସରକାରଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦେଖିବାକୁ ମିଳିଥିଲା।