ନୂଆଦିଲ୍ଲୀ,୨୧।୩: ଆୟକର ବିଭାଗ ପକ୍ଷରୁ ମହାରାଷ୍ଟ୍ରର ପୁନେ ଏବଂ ଠାଣେର ଏକ ୟୁନିକର୍ନ ଷ୍ଟାର୍ଟ ଅପ୍ ଗ୍ରୁପ୍ ଉପରେ ଚଢ଼ାଉ କରି ୨୨୪ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଠାବ କରାଯାଇଛି। ରବିବାର ଏ ନେଇ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କମ୍ପାନୀ ହୋଲ୍ସେଲ୍ ଏବଂ ରିଟେଲ୍ କନ୍ଷ୍ଟ୍ରକ୍ସନ ମ୍ୟାଟେରିଆଲ୍ ବିକ୍ରି କରେ। ଏହାର ବାର୍ଷିକ ୬,୦୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ରହିଛି। ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ କମ୍ପାନୀର ଏକ କୋଟି ଅଘୋଷିତ ଅର୍ଥ ଏବଂ ୨୨ଲକ୍ଷ ଟଙ୍କାର ଆଭୂଷଣ ଜବତ କରିଛି।