Categories: ଜାତୀୟ

କଳାକାରଙ୍କ ପାଇଁ ସହଯୋଗର ହାତ ବଢାଇଲା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ କାରଣରୁ ଅନେକ ଲୋକଙ୍କୁ ଜୀବନ ଜୀବିକା ହରାଇବାକୁ ପଡିଛି । ଏହି ସଙ୍କଟ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କଳାକାରମାନଙ୍କ ପାଇଁ ସହଯୋଗର ହାତ ବଢାଇଛି । କେନ୍ଦ୍ର ସରକାରଙ୍କ କିଛି ଯୋଜନା ଅଧିନରେ କଳାକରଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ୫,୪୬୨.୬୯ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ଦ୍ୱାରା ସୋମବାର ଲୋକ ସଭାରେ ଲିଖିତ ଉତ୍ତର ଅନୁଯାୟୀ, ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର(ଜେଡସିସି) ମଧ୍ୟ କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛି । ଏହି କ୍ରମରେ କଳାକାରଙ୍କୁ ୯୨୭.୮୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

Share