କ୍ୱିଭ୍,୮ା୫: ୟୁକ୍ରେନର ବିଲୋହୋରିଭ୍କାସ୍ଥିତ ଏକ ସ୍କୁଲରେ ରୁଷିଆ ବୋମାମାଡ଼ କରିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୦ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଛି। ରବିବାର ଦେଶର ଲୁହାନସ୍କ ଅଞ୍ଚଳର ରାଜ୍ୟପାଳ ଶେରି ଗାଇଦାଇ ଏହି ସୂଚନା ଦେଇଛନ୍ତି। ଗାଇଦାଇ କହିଛନ୍ତି, ରୁଷିଆ ଶନିବାର ଏକ ସ୍କୁଲ ଉପରେ ବୋମାମାଡ଼ କରିଥିଲା ଯେଉଁଠାରେ ପ୍ରାୟ ୯୦ ଜଣ ଲୋକ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟର ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଗାଇଦାଇ କହିଛନ୍ତି, ସେମାନଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ୬୦ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଛି।