ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜଧାନୀର ଚିନ୍ତାମଣୀସ୍ବର ଲେନ୍-୬ ଅଞ୍ଚଳରେ ଥିବା ଏକ ସ୍କୁଲ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ କରିଆସୁଥିଲା। ଏହାକୁ ନେଇ ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ମଙ୍ଗଳବାର ବିଏମ୍ସି ସିଲ୍ କରିଛି। ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଏବେ ସ୍କୁଲ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ହେଲେ ଏହି ବିଦ୍ୟାଳୟରେ ଅଫ୍ଲାଇନ୍ରେ କ୍ଲାସ ଚାଲୁଥିବା ବେଳେ ପିଲାମାନେ ସ୍କୁଲରେ ପରୀକ୍ଷା ଦେଉଥିବା ସୂଚନା ମିଳିଛି।