ବିନା ଭକ୍ତରେ ଧବଳମୁଖୀ ବେଶରେ ମା’ ସମଲେଶ୍ୱରୀ

ବରଗଡ଼ ଅଫିସ,୧୭ା୯: ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଗୁରୁବାର ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି ପୀଠରେ ମହାଳୟା ତିଥି ପାଳନ କରାଯାଉ ଥିବାବେଳେ ଅନ୍ୟବର୍ଷ ଭଳି ମା’ସମଲେଶ୍ବରୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ନାହିଁ। ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି। ଫଳରେ କୋଭିଡ୍‌ ଗାଇଡଲାଇନ ପାଳନ କରି ଭକ୍ତମାନେ ଦେବୀଙ୍କ ଦର୍ଶନ କରୁଛନ୍ତି। ପଣ୍ଡିତ ଶିବ ଶଙ୍କର ଦାଶ, ବିଘ୍ନରାଜ ଦାଶ ପ୍ରମୁଖ ପୂଜାର୍ଚ୍ଚନା କରୁଛନ୍ତି।

Share