ନୂଆଦିଲ୍ଲୀ: ସାମ୍ସଙ୍ଗ୍ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ନୂଆ ଗାଲାକ୍ସି ଏସ୍୨୦ ଫ୍ୟାନ୍ ଏଡିଶନ(ଏଫ୍ଇ)ର ବଜାର ପ୍ରବେଶ କରାଯାଇଛି। ଗାଲାକ୍ସି ଏସ୍ ୨୦ ସିରିଜରେ ଏହା ନୂଆ କରି ଯୋଡିହୋଇଛି। କମ୍ପାନୀର ଏହି ପ୍ରିମିୟମ ଫ୍ଲାଗ୍ଶିପ ସ୍ମାର୍ଟଫୋନ୍ ଗ୍ରାହକଙ୍କ ଚାହିଦା ଆଧାରରେ ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। କୋଭିଡ୍ ସମୟରେ ବଜାରକୁ ଆସିଥିବା ଏହି ଫୋନଟି ଗ୍ରାହକଙ୍କୁ ଟେକ୍ନୋଲୋଜିର ନୂଆ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ଆଶାବାଦୀ ରହିଛି। ଏଥିରେ ସୁପର ସ୍ମୁଥ୍ ସ୍କ୍ରଲିଂ ଡିସ୍ପ୍ଲେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିକ କ୍ୟାମେରା, ଅତ୍ୟାଧୁନିକ ଚିପ୍ ସେଟ୍, ହାଇପରସ୍ମାର୍ଟ କନେକ୍ଟିଭିଟି, ଅଲ୍ ଡେ ବ୍ୟାଟେରି, ପରିବର୍ଦ୍ଧିତ ଷ୍ଟୋରେଜ କ୍ଷମତା, ପ୍ରିମିୟମ ଡିଜାଇନ ଭଳି ଅନ୍ୟ ପ୍ରମୁଖ ଫିଚର ରହିଛି। ଗାଲାକ୍ସି ଏସ୍ ୨୦ ସିରିଜ ଗ୍ରାହକଙ୍କ ଦ୍ୱାରା ବେଶ୍ ଲୋକପ୍ରିୟ ହୋଇ ପାରିଛି। ଗ୍ରାହକଙ୍କଠାରୁ ନିରନ୍ତର ଭିତ୍ତିରେ ମତାମତ ନିଆଯିବା ସହ ନୂଆ ସ୍ମାର୍ଟଫୋନକୁ ପୋର୍ଟଫୋଲିଓରେ ଯୋଡ଼ାଯାଇଛି ବୋଲି କମ୍ପାନୀର ମୋବାଇଲ କମ୍ୟୁନିକେଶନ ବିଜ୍ନେସ ସଭାପତି ଟି.ଏମ୍.ରୋହ ସୂଚନା ଦେଇଛନ୍ତି।