Categories: ଜାତୀୟ

ଭାଜପାରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରଦୂତ ସାନ୍ଧୁ

ନୂଆଦିଲ୍ଲୀ,୨୦।୩: ଆମେରିକାରେ ପୂର୍ବରୁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଥିବା ତରନଜିତ୍‌ ସିଂ ସାନ୍ଧୁ ମଙ୍ଗଳବାର ଭାଜପାରେ ଯୋଗଦେଇଛନ୍ତି। ସେ ପଞ୍ଜାବର ଅମୃତସର ଆସନରୁ ଲୋକ ସଭା ପାଇଁ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଭାଜପା ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ ଏବଂ ତରୁନ ଚୁଗ୍‌ଙ୍କ ଉପସ୍ଥିତିରେ ସାନ୍ଧୁ ପଦ୍ମ ଧରିଛନ୍ତି। ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ପାଇଥିବାବେଳେ ଭାଜପା ନେତୃତ୍ୱ ସେମିକଣ୍ଡକ୍ଟର ଶିଳ୍ପ ସମେତ ସବୁ କ୍ଷେତ୍ରରେ ବିକାଶକୁ ପ୍ରାଧାନ୍ୟ ଦେଇଆସିଛି। ଏହି ବିକାଶକୁ ସେ ଅମୃତସରରେ ପହଞ୍ଚାଇବେ ବୋଲି ଏହି ଅବସରରେ ସାନ୍ଧୁ କହିବା ସହ ତାଙ୍କୁ ଦଳରେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share