ଗୁଆହାଟୀ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନାର ସତାରା ଜିଲା ଉପମୁଖ୍ୟ ସଞ୍ଜୟ ଭୋସଲେ ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ସେ ଦଳର ବିଧାୟକ ଏକନାଥ ସିନ୍ଦେଙ୍କୁ ‘ମାତୋଶ୍ରୀ’କୁ ଫେରିବା ପାଇଁ ଅନୁରୋଧ କରିଛନ୍ତି। ବିଦ୍ରୋହୀ ବିଧାୟକ ରହୁଥିବା ଗୁଆହାଟୀର ରେଡିସନ ବ୍ଲୁ ହୋଟେଲ ଭିତରକୁ ସେ ଯିବାକୁ ଚେଷ୍ଟା କରିବାରୁ ବାହାରେ ପୋଲିସ ତାଙ୍କୁ ଅଟକାଇଥିଲା। ସଞ୍ଜୟ ଯିବା ପାଇଁ ଅଡି ବସିବାରୁ ପୋଲିସ ତାଙ୍କୁ ଗିରଫ କରିଛି।
ସୂଚନାନୁସାରେ, ଶିବସେନା ନେତା ସଞ୍ଜୟ ତାଙ୍କ ହାତରେ ଏକ ପୋଷ୍ଟର ଧରି ରେଡିସନ ବ୍ଲୁ ହୋଟେଲ ବାହାରେ ପହଞ୍ଚିଥିଲେ। ଏହି ପୋଷ୍ଟରରେ ଏହା ମରାଠୀରେ ଲେଖାଯାଇଥିଲା, ‘ଶିବସେନା ଜିନ୍ଦାବାଦ, ଏକନାଥ ସିନ୍ଦେ ଭାଇ ମାତୋଶ୍ରୀକୁ ଫେରି ଯାଆନ୍ତୁ। ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ନିକଟକୁ ଚାଲନ୍ତୁ। ଶିବସେନା ଏହାର ବିଧାୟକମାନଙ୍କୁ ବହୁତ କିଛି ଦେଇଛି।
ମହାରାଷ୍ଟ୍ରର ରାଜନନୈତିକ ଅସ୍ଥିରତା ଥମିବାର ନାଁ ଧରୁନି। ବିଦ୍ରୋହୀ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ପ୍ରାୟ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଏକନାଥ ସିନ୍ଦେ ବର୍ତ୍ତମାନ ଆସାମର ଗୁଆହାଟୀର ଏକ ହୋଟେଲରେ ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀ ସହିତ ରହିଛନ୍ତି।
Assam | Sanjay Bhosale, deputy district chief of Shiv Sena from Maharashtra's Satara, arrives in Guwahati, urges party MLA Eknath Shinde to return to 'Matoshree'
Shiv Sena has given a lot to its MLAs. They should return to 'Matoshree', he says. pic.twitter.com/GiF7D7qBSF
— ANI (@ANI) June 24, 2022