ଲକ୍ଷ୍ନୌ,୨୭।୫: ୟୁପି ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଏହି ବଜେଟ ଅଧିବେଶନରେ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିଧାନ ପରିଷଦରେ ଯୋଗୀ ସରକାରରେ ମତ୍ସ୍ୟ ବିଭାଗର ମନ୍ତ୍ରୀ ଥିବା ସଞ୍ଜୟ ନିଶାଦ ସମାଜବାଦୀ ପାର୍ଟି ସରକାର ଥିବାବେଳେ ତାଙ୍କ ଭାଇଙ୍କ ହତ୍ୟା ଘଟଣାକୁ ମନେ ପକାଇ କାନ୍ଦିଥିଲେ।
ୟୁପି ବିଧାନ ପରିଷଦରେ ମନ୍ତ୍ରୀ ସଞ୍ଜୟ ନିଶାଦ ଏସପି ସରକାରରେ ଘଟିଥିବା ଘଟଣାକୁ ମନେ ପକାଇ କହିଥିଲେ, ଜୁନ ୭, ୨୦୧୫ରେ କର୍ସୱାଲରେ ମୋର ଲୋକମାନେ ଟ୍ରେନ ବିଷୟରେ ସ୍ବର ଉତ୍ତୋଳନ କରୁଥିଲେ। ସମାଜବାଦୀ ପାର୍ଟି ପକ୍ଷରୁ ମୋର ଜଣେ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ମୋତେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ୍କୁ ନିଆଯାଇଥିଲା। ଏହିପରି ଲୋକ ରାଜନୀତି କରିବାର କୌଣସି ଅଧିକାର ନାହିଁ। ମୁଁ କିପରି ବଞ୍ଚିଛି, କେବଳ ମୁଁ ଜାଣେ। ଏହି ସମୟରେ ଯୋଗୀ ଆଦିତ୍ୟନାଥ ମୋର ବହୁତ୍ ଯତ୍ନ ନେଇଥିଲେ। ଏହି ଘଟଣା ପ୍ରକାଶ କରୁଥିବାବେଳେ ସେ ଭାବପ୍ରବଣ ହୋଇପଡିଥିଲେ।