Categories: ଜାତୀୟ

ଶହୀଦ୍‌ ପୋଲିସଙ୍କ ନାମରେ ନାମିତ କରାଯିବ ସ୍କୁଲ, ରାସ୍ତାଘାଟ

ଡେରାଡୁନ, ୧୯।୧୦: ଉତ୍ତରାଖଣ୍ଡରେ ଶହୀଦ୍‌ ପୋଲିସ କର୍ମୀଙ୍କ ନାମରେ ସ୍କୁଲ, ରାସ୍ତାଘାଟ, ଗଳି ଆଦିର ନାମକରଣ କରାଯିବ। ଉଲ୍ଲେଖନୀୟ କଥା ହେଉଛି ୨୧ ଅକ୍ଟୋବରରେ ପୋଲିସ ସ୍ମୃତି ଦିବସ ପାଳନ ହେବ। ଏହି ପରିପ୍ରେକ୍ଷୀରେ ପୋଲିସ ଏଥର ଏହି ପଦକ୍ଷେପ ନେଇଛି ଯେ, ଶହୀଦ୍‌ ପୋଲିସ କର୍ମଚାରୀଙ୍କ ନାମରେ ସ୍କୁଲ, ଗଳି ଓ ରାସ୍ତାଘାଟର ନାମ ରଖାଯିବ। ପୋଲିସ ସ୍ମୃତି ଦିବସ ପାଳନର ୧୦ ଦିନ ମଧ୍ୟରେ ଶହୀଦ୍‌ ହୋଇଥିବା ପୋଲିସ କର୍ମୀମାନେ ଯେଉଁଠାରେ ପାଠ ପଢ଼ିଛନ୍ତି କିମ୍ବା ଯେଉଁଠାରେ ଅବସ୍ଥାନ କରୁଥିଲେ ସେହି ଗଳି କିମ୍ବା ଲେନ୍‌ର ନାମ ତାଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ଡିଆଇଜି ଅରୁଣ ମୋହନ ଯୋଶୀ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ଯେ, ଶହୀଦ୍‌ ପୋଲିସ କେଉଁଠାରୁ ଶିକ୍ଷା ଲାଭ କରିଛନ୍ତି ସେଠାକୁ ଯାଇ ସ୍କୁଲ ବିଷୟରେ ତଥ୍ୟ ସଂଗ୍ରହ କରନ୍ତୁ। ଏଥିସହ ରାସ୍ତାଘାଟ, ଗଳି ଆଦି ସମ୍ବନ୍ଧରେ ମଧ୍ୟ ତଥ୍ୟ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share