Categories: ଜାତୀୟ

ବରିଷ୍ଠ ସିପିଆଇ(ଏମ୍‌) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କ ପରଲୋକ

କୋଲକାତା,୬।୮: ପଶ୍ଚିମବଙ୍ଗର ବରିଷ୍ଠ ସିପିଆଇ(ଏମ୍‌) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ସେ ଟ୍ରେଡ ୟୁନିୟନର ନେତା ଥିବା ସହ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। କୋଲକାତାର ଏକ ହସ୍ପିଟାଲରେ ସେ ୭୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି।

Share