ନୂଆଦିଲ୍ଲୀ,୪।୧ : ସମାଜବାଦୀ ପାର୍ଟି (ଏସପି )ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଏସପି ନେତା ତାଙ୍କ ବିରୋଧରେ ୟୁପିରେ ପଞ୍ଜୀକୃତ ହୋଇଥିବା କେତେକ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ତାଙ୍କ ଦାବିକୁ ଖାରଜ କରି କୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। ତାଙ୍କ ଆବେଦନ ଶୀଘ୍ର ଶୁଣାଣି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।