ଶପିଂ ମଲ୍‌ରେ ନିଆଁ: କୋଟି କୋଟି ଟଙ୍କା ନଷ୍ଟ

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥବା ବାରାଟମ ଶପିଂ ମଲ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ଫଳରେ ସେଠାରେ ଥିବା ସବୁ ଜିନିଷପତ୍ର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଦୋକାନ ମାଲିକ ନୀତିଦିନ ଭଳି ଦୋକାନ ବନ୍ଦ କରି ରାତି ସାଢେ ୯ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତି ୧୨ଟାବେଳେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦୋକାନ ମାଲିକ ଓ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୋକାନ ସଟର କାଟି ଭିତରେ ପ୍ରବେଶ କଲାବେଳେ ଦୋକାନ ଭିତରେ ସବୁ ପୋଡି ନଷ୍ଟ ହୋଇଯାଇଛି। ତିନି ମହଲା ବିଶିଷ୍ଟ ଏହି ସୋରୁମ ପ୍ରଥମେ ଉପର ମହଲାରେ ନିଆଁ ଲାଗିଥିଲା ଦେଖୁ ଦେଖୁ ତଳ ମହଲାରେ ନିଆଁ ଲାଗିଗଲା। ଫଳରେ ସବୁ ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଛି। ଦୋକାନ ମାଲିକ ବାରଟାମ ଶ୍ରୀକାନ୍ତଙ୍କ ଅନୁଯାୟୀ, ପ୍ରାୟ ୪ରୁ ୫ କୋଟି ଟଙ୍କାର ଜିନିଷ ନଷ୍ଟ ହେବାସହ ୧୦ ଲକ୍ଷ ଟଙ୍କା ନଗଦ ପୋଡି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି।

Share