Categories: ଜାତୀୟ

ସିକ୍କିମ ବନ୍ୟାରେ ଏ ପର୍ଯ୍ୟନ୍ତ ୧୪ ମୃତ, ୧୦୨ ନିଖୋଜ

ଗ୍ୟାଙ୍ଗ୍‌ଟକ,୫।୧୦:ଉତ୍ତର ସିକ୍କିମର ହ୍ଲୋନାକ ହ୍ରଦରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ସେନା କର୍ମଚାରୀଙ୍କ ସମେତ ପ୍ରାୟ ୧୦୨ଜଣ ନିଖୋଜ ଥିବା ସୂଚନା ମିଳିଛି, ଯାହାର ସନ୍ଧାନ ଚାଲିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗୁଆହାଟୀରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ନେଲ ମହେନ୍ଦ୍ର ସିଂ ରାୱତ କହିଛନ୍ତି, ନିଖୋଜ ଥିବା ୨୨ ଜଣ ସୈନିକଙ୍କୁ ଖୋଜିବା ପାଇଁ ଭାରତୀୟ ସେନାର ତ୍ରିଶକ୍ତି କର୍ପସର ସୈନିକମାନେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସିଙ୍ଗତାମ ନିକଟ ବୁର୍ଦାଙ୍ଗରେ କାଦୁଅରେ ଦବିଯାଇଥିବା ଯାନବାହାନକୁ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି। ୨୩ ନିଖୋଜ ସୈନିକଙ୍କ ମଧ୍ୟରୁ ଜଣଙ୍କୁ ୪ ଅକ୍ଟୋବର ସାରେ ଉଦ୍ଧାର କରାଯାଇଥିଲା। ନିଖୋଜ ଲୋକଙ୍କ ପରିବାରକୁ ଯୋଗାଯୋଗ କରାଯାଇ ପରିସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି।

Share