ଗାଙ୍ଗଟକ,୬।୩ : ସିକିମ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ହୋଇପାରିଛି। ଲଣ୍ଡନର ୱାଲର୍ଡ ବୁକ ଅଫ ରେକର୍ଡସ ମଧ୍ୟ ସିକିମକୁ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ଭାବେ ପ୍ରମାଣପତ୍ର ପ୍ରଦାନ କରିଛି। ସେହିପରି ସିକିମକୁ ମଧ୍ୟ ଅପରାଧ ମୁକ୍ତ ରାଜ୍ୟ ଏବଂ ସର୍ବୋତ୍ତମ ଶାସନ ରାଜ୍ୟ ଭାବରେ ମାନ୍ୟତା ମିଳିଛି।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଏଥିପାଇଁ ସିକିମର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସିକିମ ପ୍ରଥମ ଜୈବିକ ରାଜ୍ୟ ହେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସ୍ବତନ୍ତ୍ର ଡାକ କଭର ଉନ୍ମୋଚନ କରିଛନ୍ତି।