Categories: ଜାତୀୟ

ହାଇକୋର୍ଟରେ ଏମିତି ଦାବି କଲେ ସିସୋଡିଆ, ଜଜ କହିଲେ କାଲିକି ଆସନ୍ତୁ…

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଇଡି ଏବଂ ସିବିଆଇ ମାମଲାରେ ମନୀଷ ସିସୋଡିଆ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ।

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆ ତାଙ୍କ ପିଟିସନରେ ସିବିଆଇ ଏବଂ ଇଡି ମାମଲାରେ ଜାମିନ ନାମଞ୍ଜୁର ହେବାର ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ଓକିଲ ଦିଲ୍ଲୀର କାର୍ଯ୍ୟକାରୀ ପ୍ରଧାନ ବିଚାରପତିଙ୍କ ଆଗରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଆବେଦନକାରୀ ବିଧାନସଭା ସଦସ୍ୟ ଏବଂ ଏବେ ନିର୍ବାଚନ ଋତୁ ଚାଲିଛି। ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ୍‌।
ଏହା ଉପରେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି କହିଛନ୍ତି, ‘ଆସନ୍ତାକାଲି ଏହି ଆବେଦନ ଆସିବାକୁ ଦିଅନ୍ତୁ, ବିଚାରପତି ଫାଇଲ ପଢ଼ନ୍ତୁ। ଯଦି ତୁମର କାଗଜପତ୍ର ଆଜି ରାତି ୧୨ଟା ୩୦ ସୁଦ୍ଧା ଠିକ ଅଛି, ତେବେ ସେମାନେ ଆସନ୍ତାକାଲି ଆମ ସହିତ ରହିବେ। ସୂଚନାଯୋଗ୍ୟ, ରାଉଜ ଏଭେନ୍ୟୁ କୋର୍ଟ ମନିଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

Share