Categories: ଜାତୀୟ

ସିସୋଡିଆଙ୍କ ଜାମିନ ଆବେଦନ ରାୟ ୨୬ ଯାଏ ସଂରକ୍ଷିତ

ନୂଆଦିଲ୍ଲୀ,୧୯।୪(ପି.ଟି.): ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ରାୟକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୨୬ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ତଦନ୍ତ ପାଇଁ ଆଉ ଅଧିକ ଦିନ ହାଜତରେ ରଖିବା ଆବଶ୍ୟକ ନ ଥିବାରୁ ସିସୋଡିଆଙ୍କୁ ଜାମିନରେ ଛଡ଼ାଯିବାକୁ ତାଙ୍କ ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ଜାମିନ ଆବେଦନକୁ ଇଡି ବିରୋଧ କରିବା ସହ ତଦନ୍ତ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଥିବା କହିଥିଲା। ଅବକାରୀ ନୀତିକୁ ଜନତାଙ୍କ ମଞ୍ଜୁରୀ ମିଳିଥିଲା ବୋଲି ଏକ ଜାଲ୍‌ ଇ-ମେଲ୍‌ ସିସୋଡିଆ ଛାଡ଼ିଥିଲେ ବୋଲି ଇଡି ଅଭିଯୋଗ କରିଥିଲା। ସ୍ବତନ୍ତ୍ର ବିଚାରପତି ଏମ୍‌.କେ. ନାଗପାଲ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।

Share