ଓ୍ବାଶିଂଟନ,୨୦।୨ : ଆମେରିକାର ଆକାଶରେ ପୁଣି ଥରେ ଏକ ଗୁପ୍ତଚର ବେଲୁନ ଦେଖାଦେଇଛି। ଖବର ଅନୁଯାୟୀ, ଏହି ବେଲୁନ ହାୱାଇ ରାଜ୍ୟର ହନୋଲୁଲୁ ପ୍ରଦେଶର ପୂର୍ବ ଅଞ୍ଚଳରେ ଦେଖିବାକୁ ମିଳିଛି। ଉଲ୍ଲେଖନୀୟ କଥା ହେଉଛି, ଯେଉଁଠାରେ ଏହି ବିଶାଳ ବେଲୁନ ଦେଖାଯାଇଛି, ସେହି ଅଞ୍ଚଳରେ ଅନେକ ବାଣିଜି୍ୟକ ବିମାନ ଉଡୁଛି। ଏଭଳି ପରିସ୍ଥିତିରେ ଏହି ବେଲୁନ ଏହି ବିମାନ ଉଡ଼ାଣ ପାଇଁ ବିପଦ ହୋଇ ରହିଥାଏ। ଏହି ବେଲୁନ ୪୦ ହଜାରରୁ ୫୦ ହଜାର ଫୁଟ ଉଚ୍ଚରେ ଉଡୁଥିବାର ବାଣିଜି୍ୟକ ବିମାନର କେତେକ ପାଇଲଟ ଏହି ବିଶାଳ ବେଲୁନ ଦେଖିଥିବା କହିଛନ୍ତି।
ଏହି ବେଲୁନ କେଉଁଠୁ ଆସିଛି ଏବଂ ଲୋକଙ୍କ ପାଇଁ କୌଣସି ବିପଦ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।