ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ତେବେ ଏହାରି ଭିତରେ ବାତ୍ୟାର ଆଶଙ୍କା ଦେଖାଗଲାଣି। ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫଏସ୍‌, ଇସିଏମ୍‌ଡବ୍ଲୁଏଫ୍‌, ଆଇଏମ୍‌ଡି ଜିଏଫଏସ୍‌ ମଡେଲ୍‌ ଅନୁସାରେ, ଆସନ୍ତା ୨୨ରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ତୀବ୍ରତା, ଗତିପଥକୁ ନେଇ ଏଯାଏ କୌଣସି ଆକଳନ କରାଯାଇନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଜଳବାୟୁର ସ୍ଥିତି ଦେଖି ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଗତିପଥ ଜଣାପଡିବ। ଏହା ପୂର୍ବ ଉପକୂଳକୁ ଗତି କରିବ କି ମିଆଁମାର ପଳେଇବ ତାହା ଏବେ କହିହେବ ନାହିଁ। ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପାଗ ବଦଳିବାର ସମ୍ଭାବନା ରହିଛି।

Share