ଆଶ୍ରମ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ: ରାତିଅଧରେ ଡେଇଁଲେ ପାଚେରି

କୋରୁକୋଣ୍ଡା,୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରାଙ୍କୁ ଅନେକ ଥର ଜଣାଇଲେ ମଧ୍ୟ ସେମାନେ ଶୁଣୁ ନ ଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ପ୍ରତି ମାସରେ ଛାତ୍ରଙ୍କ ପାଇଁ ଆସୁଥିବା ଚାଉଳକୁ ହଷ୍ଟେଲର ଓ୍ବାର୍ଡେନ ବିକ୍ରି କରୁଛନ୍ତି। ଏହା ସହ ଓ୍ବାର୍ଡେନଙ୍କ ଛୋଟ ଝିଅକୁ ନ ଧରିଲେ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ହଷ୍ଟେଲରେ ପାନୀୟ ଜଳର ସୁବିଧା ନ ଥିବା ବେଳେ ପାଇଖାନା ବ୍ୟବସ୍ଥା ନ ଥିବା ମଧ୍ୟ ଛାତ୍ରମାନେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କୁ ଡ୍ରେନ୍‌ ସଫା ସହ ଓ୍ବାର୍ଡେନ୍‌ଙ୍କ କାର୍ଯ୍ୟ କରିବାକୁ ପଡ଼ୁଛି। ଏଥିରେ ଅତିଷ୍ଠ ହୋଇ ପ୍ରାୟ ୧୫ ରୁ ୨୦ ଜଣ ଛାତ୍ର ହଷ୍ଟେଲର ପାଚେରି ଡେଇଁ ଜିଲାପାଳଙ୍କୁ ଭେଟିବାକୁ ଯାଇଛନ୍ତି।

Share