Categories: ଜାତୀୟ

୨୦୨୩ରେ ୯୪ ଦିନ ସୁପ୍ରିମ୍‌କୋର୍ଟ ଛୁଟି…

ନୂଆଦିଲ୍ଲୀ,୧୮।୧୨ : ଦେଶରେ ବହୁ ମାମଲା ବିଚାର ନହୋଇ ପଡ଼ି ରହିଥିବାବେଳେ ସୁପ୍ରିମକୋର୍ଟର ଦୀର୍ଘ ଛୁଟି ନେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ଏକ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କୋର୍ଟରେ ଦୀର୍ଘ ସମୟ ଛୁଟି ଥିବାରୁ ନ୍ୟାୟ ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସରକାରଙ୍କ ଚିନ୍ତାଧାରାର ବିପରୀତ ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଡିସେମ୍ବର ୧୭ ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ କୌ ଣସି ବେଞ୍ଚ ହେବ ନାହିଁ ବୋଲି ମଧ୍ୟ କହିଛନ୍ତି।

ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ୨୦୨୩ ବର୍ଷ ପାଇଁ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରେ ଛୁଟିଦିନ ସଂଖ୍ୟା ୯୪ ରହିଛି। ଜାନୁଆରୀ ୧ରେ କୋର୍ଟ ବନ୍ଦ ରହିବ। ଜାନୁୟାରୀ ୨ ରୁ ଶୀର୍ଷକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିବ। ୨୦୨୩ରେ ଗ୍ରୀଷ୍ମ ଛୁଟି ସହିତ ସୁପ୍ରିମକୋର୍ଟରେ ୯୪ ଦିନ ଛୁଟି ହେବ ବୋଲି ଶୀର୍ଷକୋର୍ଟର କ୍ୟାଲେଣ୍ଡରରୁ ଜଣାପଡ଼ିଛି।

Share