ନୂଆଦିଲ୍ଲୀ,୨ ।୧୦: ଭାରତର ‘ୱିଣ୍ଡ ମ୍ୟାନ’ ଭାବେ ପରିଚିତ ସୁଜଲନ ଏନର୍ଜିର ସଂସ୍ଥାପକ ତୁଳସୀ ତନ୍ତିଙ୍କର ଶନିବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୧୯୫୮ରେ ଗୁଜରାଟର ରାଜକୋଟରେ ଜନ୍ମ ନେଇଥିବା ତନ୍ତି ସୁଜଲନ ଏନର୍ଜିର ପ୍ରମୋଟର ମଧ୍ୟରୁ ଜଣେ ଥିଲେ । ଏହାର ସଂସ୍ଥାପନା ସେ ୧୯୯୫ରେ କରିଥିଲେ ।
ତନ୍ତିଙ୍କର ୧୯୯୫ରେ କପଡା ବ୍ୟବସାୟ ଥିଲା । ହେଲେ ବିଜୁଳୀ ଯୋଗାଣ କମ୍ ଯୋଗୁ ତାଙ୍କର ଉତ୍ପାଦନରେ ବାଧା ସୃଷ୍ଟି ହେଲା । ଏହାପରେ ୧୯୯୫ରେ ସେ କପଡ଼ା କମ୍ପାନୀକୁ ବିଜୁଳୀ ଯୋଗାଇବାକୁ ପବନ ଶକ୍ତି ଉତ୍ପାଦନରେ ପାଦ ରଖିଲେ ଓ ସୁଜଲନ ଏନର୍ଜିର ସ୍ଥାପନା କଲେ ।