ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କଟକ ମୁଣ୍ଡଳିଠାରେ ବୋଟ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବ ରିପୋର୍ଟର ଅରିନ୍ଦମ ଦାସଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

 

ସୂଚନାଯୋଗ୍ୟ, ଶୁକ୍ରବାର କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ମହାନଦୀରେ ଫସିଥିବା ଏକ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍‌ର ବୋଟ ଓଲଟି ପଡ଼ିଥିଲା। ଉକ୍ତ ବୋଟ୍‌ରେ ଖବର ସଂଗ୍ରହ କରିବାକୁ ରିପୋର୍ଟର ଅରିନ୍ଦମ ଦାସ ଯାଇଥିବା ବେଳେ ବୋଟ୍‌ଟି ଓଲଟି ପଡ଼ିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Share