ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଗୁରୁବାର ସରିଛି। ଇନ୍‌ଫୋସିଟି ଥାନା ପୋଲିସ ସେମାନଙ୍କୁ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ପୁଣିଥରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ତେବେ ସୋମବାରଠାରୁ ପୋଲିସ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥିଲେ ମଧ୍ୟ ହତ୍ୟା ଅନ୍ତରାଳେ ସେଭଳି କିଛି ବଡ଼ ତଥ୍ୟ ପାଇ ନ ଥିବା ଜଣାପଡ଼ଛି। ଏନେଇ ଡିସିପି ଉମାଶଙ୍କର ଦାଶଙ୍କ କହିବା କଥା, ଅଭିଯୁକ୍ତଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ହତ୍ୟାକାଣ୍ଡକୁ ନେଇ ଲୁଚି ରହିଥିବା ଅନେକ ତଥ୍ୟ ପାଇବା ପୋଲିସ ପାଇଁ କଷ୍ଟସାଧ୍ୟ ହୋଇଛି। ତେଣୁ ସତ ଜାଣିବା ପାଇଁ ଖୁବ୍‌ଶ୍ରୀଘ୍ର ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।
କମିଶନରେଟ ପୋଲିସ ୩ ଅଭିଯୁକ୍ତ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର ଅମ୍ରିତ ପ୍ରୀତମ ବିଶ୍ୱାଳ, କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅମଲାପଡ଼ାର ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାଙ୍କୁ ଘନ ଘନ ଜେରା କରିଥିଲା। ଘଟଣା ଦିନ ସମସ୍ତେ ନିଶାରେ ଥିବାରୁ କେହି ହତ୍ୟା ସମ୍ପର୍କରେ ଅଧିକ କିଛି କହିପାରି ନ ଥିଲେ। ତେଣୁ ଏହା କୁହାଯାଇ ପାରେ ଯେ, ରିମାଣ୍ଡରେ ଆଣି ଅଧିକ ତଥ୍ୟ ପାଇବା ଯୋଜନା ପୋଲିସ ପାଇଁ ବିଫଳ ହୋଇଛି।
ହତ୍ୟାର ସବୁଠୁ ବଡ଼ ପ୍ରମାଣ ଥିଲା ମୋବାଇଲ ଫୋନ୍‌। ଆଶା ଥିଲା ପୋଲିସ ଅଭିଯୁକ୍ତଙ୍କୁ ଜେରା କରି ମନୀଷଙ୍କ ମୋବାଇଲକୁ ଖୋଜି ଠାବ କରିବ। ହେଲେ ଏଥିରେ ପୋଲିସ ସଫଳ ହୋଇପାରିନି। ଏପରିକି ମନୀଷଙ୍କୁ କିଏ ପ୍ରଥମେ ଆକ୍ରମଣ କଲେ, କାହା ମାଡ଼ରେ ପ୍ରାଣ ଗଲା, ପୋଖରୀ ପାଖକୁ କେମିତି ନେଲେ, ଠେଲାପେଲାର ଘଟଣାସ୍ଥଳ କେଉଁଠି, ଏଭଳି ପ୍ରଶ୍ନର ଉତ୍ତର ପୋଲିସ ପାଇ ନ ଥିବା ଜଣାପଡିଛି। କେବଳ ହୋଟେଲ କର୍ମଚାରୀଙ୍କ ବୟାନକୁ ପୋଲିସ ରେକର୍ଡ କରିଛି। ଅଭିଯୁକ୍ତମାନେ କିଛି ସ୍ପଷ୍ଟ କହିପାରୁ ନ ଥିବାରୁ ସିନ୍‌ ରିକ୍ରିଏଶନ ମଧ୍ୟ କରାଯାଇନାହିଁ। ତେଣୁ ବଳିଷ୍ଠ ଚାର୍ଜଶିଟ୍‌ କିପରି ପୋଲିସ ପ୍ରସ୍ତୁତ କରିବ ତାହାକୁ ନେଇ ପ୍ରଶ୍ନ ଉଠୁଛି।
ପୋଲିସ ସୂଚନାନୁସାରେ, ଗତ ୯ ତାରିଖ ୫ଟାରେ ମନୀଷଙ୍କୁ ଅଭିଯୁକ୍ତ ଅମ୍ରିତ ଫୋନ କରି ଡାକିବା ସହ ୨ସାଙ୍ଗ ମୃତ୍ୟୁଞ୍ଜୟ ଓ ଦୀନେଶଙ୍କ ସହ ଏକ ବ୍ୟାଚଲର ପାର୍ଟିରେ ଯିବାକୁ କହି କାରରେ ଆଣିଥିଲେ। ବିଳମ୍ବିତ ରାତିରେ ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌କୁ ଯାଇଥିଲେ। ସେଠାରେ ବିଲ୍‌ ଦେବାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ମନୀଷ ମା’ଙ୍କୁ ଫୋନ୍‌ କରି ଅନ୍‌ଲାଇନରେ ୮ହଜାର ଟଙ୍କା ମଗାଇ ବିଲ୍‌ ଦେଇଥିଲେ। ରାତି ୩ଟା ୨୯ରେ ମନୀଷ ଏକୁଟିଆ ହୋଟେଲ ବାହାରକୁ ଯିବା ପରେ ଅଭିଯୁକ୍ତମାନେ ପିଛା କରି ତାଙ୍କୁ ହତ୍ୟା କରିବା ପରେ ପାତ୍ରପଡ଼ା ପୋଖରୀରେ ଫିଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡ଼ାଜମି ଦେଖି ଦୁଃଖୀ ହେଲେ ନବୀନ, କହିଲେ ମୁଁ ଥିଲେ..

ଭୁବନେଶ୍ୱର,୩୦।୧୨: ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ...

ଜାନୁଆରୀ ୭ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର,୩୦।୧୨(ସୁନିଲ କୁମାର ମହାନ୍ତି): ଜାନୁୟାରୀ ୭ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକସ୍ଥିତ ଖଇରଗୁଡା ଗାଁ ପ୍ରସିଦ୍ଧ ବଡଖଳା...

ନନ୍ଦନକାନନରେ କାଲି ଖୁସି, ଆଜି ଦୁଃଖ: ଆଖି ବୁଜିଲା ସିମ୍ପାଞ୍ଜି

ଭୁବନେଶ୍ୱର,୩୦।୧୨: ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ମୃତ୍ୟୁ ଘଟିଛି। ମୃତ୍ୟୁ...

ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌ ମାଡ଼ିବସିଲେ….

ହେଉଥିବା ବେଳେ ମାଡ଼ି ବସିଲେ ପୋଲିସ ଓ ବନ କର୍ମ ଚାରି: ୨ଗିରଫ॥ ପାଟଣା,୩୦।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡ଼ା ସେକ୍ସନ ଓସ୍ତଯୋଡ଼ି...

ନିର୍ବାଚନ ପରେ ପ୍ରଥମ ଥର ହିଞ୍ଜିଳି ଗସ୍ତରେ ନବୀନ: ଫସଲ ହାନି ନେଇ ଚାଷୀଙ୍କ ସହ କଲେ ଆଲୋଚନା

ହିଞ୍ଜିଳିକାଟୁ,୩୦।୧୨(ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ...

ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିଲେ ଦମ୍ପତି, ବାନ୍ଧିଲା କମିସନ୍‌ରେଟ୍‌ ପୋଲିସ

ନୂଆଦିଲ୍ଲୀ,୩୦ା୧୨: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ଠକାମୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଏକ ଦମ୍ପତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ...

ସୁସ୍ଥ ହୋଇ ଫେରିବା ପରେ ବିରୋଧୀଙ୍କୁ ଚ୍ୟାଲେଞ୍ଜ କଲେ ପ୍ରତାପ ଷଡ଼ଙ୍ଗୀ, କହିଲେ ଘଟଣା ମିଛ ହୋଇଥିଲେ ମୁଁ ରାଜନୀତିରୁ…

ଭୁବନେଶ୍ୱର,୩୦।୧୨: ଲୋକ ସଭାରେ ଠେଲାପେଲାରେ ଆହତ ହେବା ଘଟଣାକୁ ନେଇ ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ବଡ଼ ବୟାନ ଦେଇଛନ୍ତି। ସେ ସିଧାସଳଖ କଂଗ୍ରେସ ଓ...

Featured Video Play Icon

ଫୁଡ ବ୍ଲଗରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ବର ପଟିଆ ଅଞ୍ଚଳର ଗୋଟିଏ ଲେଡିଜ ହଷ୍ଟେଲରୁ ମିଳିଲା ଫୁଡ୍ ବ୍ଲଗରଙ୍କ ମୃତଦେହ। କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାକୁ ନେଇ ତଦନ୍ତ କରୁଛି ପୋଲିସ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri