ବିଭାଗର ଦୃଷ୍ଟି ପଡୁନି, ଯାତାୟାତରେ ଅସୁବିଧା

ଜୁନାଗଡ, ୨୪।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିକଟ ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ-ଆଟିଗାଁକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି। ବିଭାଗ ପକ୍ଷରୁ ମରାମତି କରାଯାଉ ନ ଥିବାରୁ ଏପରି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାରୁ ପ୍ରକାଶ ଯେ, ଏହି ରାସ୍ତା ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ କଡରୁ ଚିଚୈଗୁଡା, ନୂଆଗୁଡା, ଯମୁନାବାହାଲ(କ), ଯମୁନାବାହାଲ, ଭେଜିପଦର, ବାଗଡୁଙ୍ଗରୀ, ମିଚାଗାଁ ଓ ଆଟିଗାଁକୁ ସଂଯୋଗ କରୁଛି। ଗତ କିଛିମାସ ତଳେ ରାସ୍ତାର ଚିଚୈଗୁଡା ଖଳିଆସର (ନାଳ)ରେ ହାତୀନଦୀ ବଢିପାଣି ପ୍ରବାହିତ ହୋଇଥିଲା। ଫଳରେ ସେଠାରେ କଂକ୍ରିଟ ରାସ୍ତା ଧୋଇ ବଡବଡ ଖାଲ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମଧ୍ୟ ବିଭାଗ ପକ୍ଷରୁ ଉକ୍ତ ଖାଲଗୁଡିକ ମରାମତି କରାଯାଇନାହିଁ। ଫଳରେ ଉକ୍ତ ଖାଲ ରାସ୍ତାରେ ଯାତାୟାତ ବେଳେ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ରାସ୍ତାର ଖାଲରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ରାସ୍ତାରେ ରାତିବେଳା ଯାତାୟାତ କରୁଥିବା ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଫଳରେ ଏହି ରାସ୍ତାରେ ସେମାନେ ନ ଆସି ବୁଲାଣିଆ ରାସ୍ତା ଦେଇ ଗଁାକୁ ଆସିଥାନ୍ତି। ବର୍ତ୍ତମାନ ଧାନ ମଣ୍ଡି ଚାଲୁଥିବାରୁ ଏହି ରାସ୍ତାରେ ଧାନ ବୋଝେଇ ଗାଡ଼ି ଯାତାୟାତ କରିଥାଏ। ରାସ୍ତାର ଦୁରବସ୍ଥା ଯୋଗୁ କିଛିଦିନ ତଳେ ଧାନ ବୋଝେଇ ଟ୍ରକ ଯାଇ ନ ପାରି ଗୋଟିଏ ଦିନ ଫସିରହିଥିଲା। ଲୋକଙ୍କ ଧନ, ଜୀବନ ନଷ୍ଟ ହେବା ଆଗରୁ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଖାଲ ସ୍ଥାନଗୁଡିକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁନାରାମ ମୁର୍ମୁଙ୍କୁ ପଚାରିବାରୁ ଶୀଘ୍ର ମରାମତି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବଲାଙ୍ଗୀର,୨୩ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ରାସ୍ତା ଖର୍ଲିକାନି ଛକରେ ଶନିବାର ଏକ ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ନିକଟସ୍ଥ...

ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି/ପାଟପୁର,୨୩।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ପୋଡ଼ାମାରି ଗ୍ରାମର ଅଜୟ ଗୌଡ଼ଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ...

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା

ଭବାନୀପାଟଣା,୨୩।୧୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଚେସ୍‌...

ଆଇଆଇଏମ୍‌ ସମ୍ବଲପୁରରେ ମନୋନୀତ ହେଲା କଳାହାଣ୍ଡିର ଷ୍ଟାର୍ଟଅପ୍‌ ଇନ୍‌କ୍ୟୁବେଶନ

ଭବାନୀପାଟଣା,୨୩।୧୧ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାର ଏକମାତ୍ର ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ ସମ୍ବଲପୁର ଆଇଆଇଏମ୍‌ରେ ଇନ୍‌କ୍ୟୁବେଶନ ପାଇଁ ମନୋନୀତ ହୋଇଛି ।...

ବବି ଦାସଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ

ଯାଜପୁର,୨୩।୧୧: ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ତାଙ୍କୁ ଗିରଫ କରାଯାଇ...

ଅଧରାତିରେ ବବି ଦାସଙ୍କ ଭାଇଙ୍କୁ ଅଟକ ରଖିଲା ପୋଲିସ

ଯାଜପୁର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ ଶୁକ୍ରବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ...

ଶୀତରେ ଥରୁଛି ଦାରିଙ୍ଗବାଡି: ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୨୩ ।୧୧(ଅରୁଣ ସାହୁ):ସମଗ୍ର କନ୍ଧମାଳ ଜିଲାରେ ଏବେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଜିଲାର ଦାରିଙ୍ଗବାଡି ବ୍ଲକ ରେ ମଧ୍ୟ ଏହାର ଅଧିକା ପ୍ରଭାବ...

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri