ଦୟାରେ ପଡୁଛି ଆବର୍ଜନା

ପୁରୁଣା ଭୁବନେଶ୍ୱର,୨୧।୧୦(ସୁବାସ ଚନ୍ଦ୍ର ପ୍ରଧାନ): ପାର୍ବଣ ଆରମ୍ଭରୁ କମିଶନରେଟ ପୋଲିସ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ଦୟା ବ୍ରିଜ ତଳେ ଅସ୍ଥାୟୀ ପୋଖରୀ ଖନନ କରାଯାଇଛି। ଏଠାରେ ପୂଜା ମଣ୍ଡପ, ଘରୋଇ ଓ ସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ମୂର୍ତ୍ତି ବିସର୍ଜନ କରିବାକୁ ଗାଇଡ୍‌ଲାଇନ ରହିଛି। ହେଲେ ସଚେତନତା ଅଭାବରୁ ଲୋକେ ବ୍ରିଜ ଉପରେ ଛିଡ଼ା ହୋଇ ମୂର୍ତ୍ତି ଓ ଆବର୍ଜନା ପାଣିକୁ ଫିଙ୍ଗି ଦେଉଛନ୍ତି। ଏହି ପ୍ରଦୂଷିତ ପାଣି ନୂଆଗଁା, ଲିଙ୍ଗିପୁର, ଇଟିପୁର, ଟିକରପଡ଼ା, ବସନ୍ତପୁର ଶାସନ, ଇଟିପୁର, ଶୁଆବରେଇ ବାସିନ୍ଦାଙ୍କ ପାଇଁ ବିପଦ ପାଲଟିଛି। ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ ଗ୍ରାମବାସୀ ବିଭିନ୍ନ ସଂକ୍ରମଣ ରୋଗରେ ପଡ଼ିବା ନଜିର ରହିଛି। ଅନ୍ୟପଟେ ଅସ୍ଥାୟୀ ପୋଖରୀରେ ଗାର୍ବେଜ ନ ଥିବାରୁ ପୋଖରୀରେ ଦୂଷିତ ପାଣି ନିର୍ଗତ ହୋଇ ନଦୀ ଜଳରେ ମିଶୁଛି। ଦୟା ବ୍ରିଜ ସନ୍ନିକଟ ଅନେକ ଘାଟ, ତୁଠରେ ତିଳତର୍ପଣ ଅନ୍ତ୍ୟେଷ୍ଟି କ୍ରିୟା କାର୍ଯ୍ୟ କରାଯାଉଛି। ଫଳରେ ସେଠାରେ ଜମା ହୋଇଥିବା ଆବର୍ଜନା ନଦୀରେ ମିଶି ପାଣିକୁ ଦୂଷିତ କରୁଛି। ସଚେତନତା ଅଭାବ, ପରିବେଶ ପରିଷ୍କାର ନ ରଖିଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ। ତୁରନ୍ତ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଖୁବ୍‌ଶୀଘ୍ର ଏହି ଘଟଣା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଧଉଳି ଥାନା ଆଇଆଇସି କହିଛନ୍ତି। ସେହିପରି କଳିଙ୍ଗ ଐତିହ୍ୟ ସୁରକ୍ଷା ମଞ୍ଚ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ କହିଛନ୍ତି, ନଦୀରେ ଆବର୍ଜନା ନ ପକାଇବା ପାଇଁ ସଚେତନତା ବାର୍ତ୍ତା ବ୍ରିଜରେ ଲେଖାଯାଇଥିଲା। ତଟବର୍ତ୍ତି ବାସିନ୍ଦାଙ୍କୁ ସଚେତନ କରାଯିବା ସହ ପ୍ରଦୂଷଣ ବୋର୍ଡ ପକ୍ଷରୁ ଲୋକଙ୍କ ପାଇଁ କଟକଣା ବାର୍ତ୍ତା ରହିବା ଆବଶ୍ୟକ। ଆଞ୍ଚଳିକ ବିକାଶ ପରିଷଦ ସଭାପତି ବୃନ୍ଦାବନ ସାହୁ କହିଛନ୍ତି, ଅସ୍ଥାୟୀ ପୋଖରୀ ଖୋଲିଦେଇ ପୋଲିସ ନିଜ ଦାୟିତ୍ୱ ସାରିଦେଉଛି। ଲୋକଙ୍କୁ ସଚେତନ କରାଯିବା ସହ ବ୍ରିଜର ଉଭୟ ପଟେ ସୂଚନା ଏବଂ ସତର୍କତା ସମ୍ବନ୍ଧୀୟ ବୋର୍ଡ ଲଗାଯିବ ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ମିଲରଙ୍କ କହିଲେ…

ଭୁବନେଶ୍ୱର,୨୩।୧୧: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମିଲରଙ୍କୁ ତାଗିଦ୍‌ କଲେ ମନ୍ତ୍ରୀ। ମନ୍ତ୍ରୀ ପାତ୍ର କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ...

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବାଦ୍‌ ପଡ଼ିଲେ….

ଭୁବନେଶ୍ୱର,୨୩।୧୧: ‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଥିବା...

ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଜେଲ୍‌ ଗଲେ ବବି ଦାସଙ୍କ ଭାଇ

ଯାଜପୁର,୨୩।୧୧: ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ଆଜି...

ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ ଆରମ୍ଭ

ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍‌ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ରେଜିଷ୍ଟ୍ରେସନ ସରିଛି।...

ବବି ଦାସଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ

ଯାଜପୁର,୨୩।୧୧: ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ତାଙ୍କୁ ଗିରଫ କରାଯାଇ...

ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪: ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍‌ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦିନରେ ରେଜିଷ୍ଟ୍ରେସନ ପ୍ରକ୍ରିୟା...

ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୋଦି ସରକାର

ଭୁବନେଶ୍ୱର, ୨୩ା୧୧(ସୁନିତ୍‌ ମିଶ୍ର):୨ ହଜାର କୋଟି ଟଙ୍କା ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍‌ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri