ଭୁବନେଶ୍ୱର,୧୧ା୧୦ (ବ୍ୟୁରୋ): ବିସ୍ଫୋରଣ ହୋଇଥିବା ରାଜଭବନ ଛକସ୍ଥିତ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପକୁ ରବିବାର ସିଲ୍ କରାଯାଇଛି। ଘଟଣାର ୫ଦିନ ପରେ ଆଇଓସିଏଲ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷା ପାଇଁ ପମ୍ପର ଚାରିପଟକୁ ଟିଣ ଚାଦର ଦ୍ୱାରା ବନ୍ଦ କରିଦିଆଯାଇଛି। ଏଥିସହ ଘଟଣାସ୍ଥଳରେ ଏବେବି ପୋଲିସ ମୁତୟନ ରହିବା ସହ ଯାଞ୍ଚ କାର୍ଯ୍ୟ ଚାଲିଛି। ତେବେ ବିସ୍ଫୋରଣର ୫ଦିନ ପରେ ବି କାରଣ ଖୋଜି ପାଉନି ପୋଲିସ ଓ ଆଇଓସିଏଲ୍ ଏକ୍ସପର୍ଟ ଟିମ୍।