ନିକଟରେ ବ୍ରିଟେନରେ ରହୁଥିବା ଏକ ବିଲେଇ ନିଜର ୨୭ତମ ଜନ୍ମଦିନ ପାଳନ କରିବାକୁ ଯାଉଛି। ବିଶ୍ୱର ସବୁଠାରୁ ବୟସ୍କ ବିଲେଇ ଭାବେ ଏହି ବିଲେଇର ନାଁ ଗିନିଜ ୱାଲର୍ଡ ରେକର୍ଡରେ ସାମିଲ କରାଯାଇଛି। ୧୯୯୫ରେ ଜନ୍ମ ହୋଇଥିବା ଏହି ବିଲେଇର ବୟସ ୨୬ ବର୍ଷ ୩୧୬ ଦିନ। ସେ ବ୍ରିଟେନରେ ରୁହେ ଏବଂ ତାର ନାମ ଫ୍ଲୋସି। ଗିନିଜ ରେକର୍ଡ ଅନୁଯାୟୀ, ଯଦି ଏହାର ବୟସ ମନୁଷ୍ୟ ସହିତ ତୁଳନା କରାଯାଏ, ତେବେ ଏହା ୧୨୦ ବର୍ଷ ସହିତ ସମାନ।
ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଫ୍ଲୋସି ଏବେ ସୁସ୍ଥ ଅଛି। ଯଦିଓ ତାର ଦୃଷ୍ଟି ଶକ୍ତି ଏବଂ ଶୁଣିବା ଶକ୍ତି ଟିକେ ହ୍ରାସ ପାଇଛି କିନ୍ତୁ ସେ ଏବେ ସକ୍ରିୟ ଅଛି।
ଫ୍ଲୋସି ଦେଖିବାକୁ ବାଦାମୀ ଏବଂ କଳା ମିଶ୍ରଣ। ସେ ଖାଇବାକୁ ଭଲ ପାଏ। ତାର ମାଲିକ ଅନେକ ଥର ବଦଳିଛନ୍ତି ଏବଂ ବର୍ତ୍ତମାନ ସେ ବ୍ରିଟେନର ଏକ ପୋଷା କେନ୍ଦ୍ରରେ ରୁହେ। ଅଗଷ୍ଟ ୨୦୨୨ରେ ଫ୍ଲୋସିକୁ ବ୍ରିଟେନର ଅଗ୍ରଣୀ ବିଲେଇ ସୁରକ୍ଷା କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା।