Categories: ଫୁରସତ

୬ କୋଟିରେ ସଜା ହୋଇଛି ମନ୍ଦିର ପ୍ରାଙ୍ଗଣ

ଅମରାବତି: ବିଭିନ୍ନ ଅଞ୍ଚଳରେ ନବରାତ୍ରି ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଆନ୍ଧ୍ର ପ୍ରଦେଶରେ ଥିବା ୧୩୫ ବର୍ଷ ପୁରୁଣା ବାସାଭି କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ୬ କୋଟି ଟଙ୍କାରେ ସଜାଯାଇଛି। ଠାକୁରାଣୀଙ୍କୁ ସୁନା ଅଳଙ୍କାରରେ ସଜା ଯାଇଥିବାବେଳେ ମନ୍ଦିର ପ୍ରାଙ୍ଗଣକୁ ୧୦ ଟଙ୍କିଆ ନୋଟ୍‌ରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟ୍‌ର ମାଳରେ ସଜାଯାଇଛି। ୬ କେଜିର ସୁନା ସାଙ୍ଗକୁ ୩ କେଜିର ରୁପା ଅଳଙ୍କାର ଦେବୀଙ୍କଠାରେ ଲଗା ଯାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ପେନୁଗୋଣ୍ଡା ସହରରେ ମନ୍ଦିରଟି ଅବସ୍ଥିତ। ଦୁଇ ଦଶନ୍ଧି ଧରି ମନ୍ଦିରରେ ଦଶହରା ପର୍ବ ପାଳନ କରାଯାଉଛି। ମା’ଙ୍କ ଆଶୀର୍ବାଦରେ ଉପକୃତ ହୋଇଥିବା ଭକ୍ତ ମନ୍ଦିର ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସାଙ୍ଗକୁ ଟଙ୍କା ଦାନ କରନ୍ତି। ୯ ଦିନର ପୂଜା ସରିଯିବା ପରେ ଅଳଙ୍କାର ଓ ଟଙ୍କା ସବୁ ଲୋକଙ୍କୁ ଫେରାଇ ଦିଆଯାଏ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।

Share