କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନରେ ବିଳମ୍ବ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସଂଘରେ ହୋଇ ଆସୁଥିବା ଅନ୍ୟାୟ, ଅନୀତି ଓ ଦୁର୍ନୀତିକୁ ବିରୋଧ କରି କେତେକ ଟ୍ରକ ମାଲିକ ଅଭିଯୋଗ କରି ଆସୁଥିଲେ। ସେହିପରି କାର୍ଯ୍ୟକାଳ ସମାପ୍ତ ହେବା ସତ୍ତ୍ୱେ ପ୍ରଶାସନ ଓ ଉପଦେଷ୍ଟା ମଣ୍ଡଳୀଙ୍କର ନିର୍ଦ୍ଦେଶକୁ ଅବମାନନା କରି ନିର୍ବାଚନ କରିବା ନେଇ ପଦକ୍ଷେପ ନେଇ ନ ଥିବା କିମ୍ବା ଉପଦେଷ୍ଟା ମଣ୍ଡଳୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ପ୍ରତିବାଦରେ ଆସନ୍ତା ୩୧ରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସାମୁହିକ ଅନଶନ କରିବାକୁ ନିଷ୍ପତ୍ତି ନେଇଥିବା ଟ୍ରକ ମାଲିକ ଅୟସକାନ୍ତ ପଟ୍ଟନାୟକ କହିଛନ୍ତି। ଏହି ଆନ୍ଦୋଳନରେ ସମସ୍ତ ଟ୍ରକ ମାଲିକ ସାମିଲ ହେବାକୁ ସେ ନିବେଦନ କରିଛନ୍ତି।