ଓ୍ବାଶିଂଟନ,୨୭ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରବିବାର ୩୨ ଦିନରେ ପହଞ୍ଚିଛି। ଏହି ଆକ୍ରମଣରେ ୟୁକ୍ରେନ ବହୁତ କ୍ଷତି ସହିଛି। ତେବେ ୟୁକ୍ରେନ ମଧ୍ୟ ରୁଷିଆର ପ୍ରତିଶୋଧ ନେଇଛି। ଏପରି ଘଡ଼ସନ୍ଧି ମୁହୂର୍ତ୍ତରେ ୟୁକ୍ରେନକୁ ଆମେରିକା ୧୦୦ ମିଲିୟନ ଡଲାରର ନୂତନ ସୁରକ୍ଷା ସହାୟତା ପ୍ରଦାନ କରିବ। ଏହି ସହାୟତା ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ସୀମା ସୁରକ୍ଷା ଯୋଗାଇବା, ଆଇନ ପ୍ରଣୟନ କାର୍ଯ୍ୟକୁ ବଜାୟ ରଖିବା ଏବଂ ସରକାରୀ ଭିତ୍ତିଭୂମି ସୁରକ୍ଷା ପାଇଁ ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଦ୍ମିର ପୁଟିନଙ୍କୁ ପୋଲାଣ୍ଡର ଜଣେ ‘ବୁଟର୍’ ବୋଲି ସମ୍ବୋଧିତ କରିଛନ୍ତି। ବାଇଡେନ୍ କହିଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଦ୍ୱିତୀୟ ମାସରେ। ଏହି ଯୁଦ୍ଧ ପାଶ୍ଚାତ୍ୟକୁ ଏକତ୍ର କରିଛି।
ରୁଷିଆର ଆକ୍ରମଣ ପରେ ଲକ୍ଷ ଲକ୍ଷ ଲୋକ ୟୁକ୍ରେନ ଛାଡ଼ିଛନ୍ତି। ଏହି ସମୟ ମଧ୍ୟରେ ୟୁକ୍ରେନ ନାଗରିକମାନଙ୍କୁ ଆଶ୍ରୟ ଦେବା ପାଇଁ ଆମେରିକା ନିଷ୍ପତ୍ତି ନେଇଛି। ୧ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ଆମେରିକା ଆଶ୍ରୟ ଦେବ। ୟୁକ୍ରେନ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଆମର ଦାୟିତ୍ୱ ସମ୍ପୂର୍ଣ୍ଣ ମାତ୍ରାରେ ପୂରଣ କରିବୁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଟୁଇଟ୍ କରି କହିଛନ୍ତି।