ଓ୍ବାଲ୍‌ଟନ୍ସ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାର

ନୂଆଦିଲ୍ଲୀ,୧୪।୧୨ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷର ଶେଷ ସମୟରେ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାରର ତାଲିକା ରେଟିଂ ଏଜେନ୍ସି ତଥା ବ୍ଲୁମବର୍ଗସ୍‌ର ଓ୍ବାଲର୍‌ଡ ରିଚିଏଷ୍ଟ ଫ୍ୟାମିଲିଜ୍‌-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ତାଲିକା ଅନୁଯାୟୀ ଆମେରିକାର ବିଶିଷ୍ଟ ବ୍ୟବସାୟୀ ତଥା ଓ୍ବାଲ୍‌ମାର୍ଟ ଗ୍ରୁପର ମାଲିକ ସାମ୍‌ ଓ୍ବାଲ୍‌ଟନ ଏବଂ ଦି ଓ୍ବାଲ୍‌ଟନ୍ସ ଅଫ ଓ୍ବାଲ୍‌ମାର୍ଟ (ୟୁଏସ) ପରିବାର ବିଶ୍ୱର ଏକ ନମ୍ବର ଧନୀ ପରିବାରର ମାନ୍ୟତା ପାଇଥିବା ଜଣାପଡ଼ିଛି। ଏପରି କି ୪୩୨.୪ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ମାଲିକ ଓ୍ବାଲ୍‌ଟନ୍ସ ପରିବାର ବିଶ୍ୱର ଶ୍ରେଷ୍ଠ ବା ଏକ ନମ୍ବର ଧନୀ ପରିବାରର ମାନ୍ୟତା ପାଇଥିଲା ବେଳେ ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଅମ୍ବାନୀ ପରିବାର ୯୯.୬ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ବିଶ୍ୱର ୮ମ ଧନୀ ପରିବାର ଭାବେ ସ୍ବୀକୃତି ଲାଭ କରିଛନ୍ତି। ସେହିଭଳି ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ପ୍ରତିଷ୍ଠାନ ସାପୁରଜିପାଲନଜି ଗ୍ରୁପ୍‌ର ମାଲିକ ତଥା ମିସ୍ତ୍ରୀ ପରିବାର ୪୧.୪ ବିଲିୟନ ଡଲାର ସହ ତାଲିକାର ୨୩ତମ ସ୍ଥାନରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ଲୁମବର୍ଗସ୍‌ର ଓ୍ବାଲ୍ଡର୍ର୍ ରିଚିଏଷ୍ଟ ଫ୍ୟାମିଲିଜ୍‌-୨୦୨୪ ସୂଚୀରେ ଦି ଓ୍ବାଲ୍‌ଟନ୍ସ ଅଫ ଓ୍ବାଲ୍‌ମାର୍ଟ (ୟୁଏସ) ପରିବାର ଏକ ନମ୍ବର ସ୍ଥାନରେ ଥିଲାବେଳେ ୨ୟ ସ୍ଥାନରେ ଦି ଏଆଇ ନାୟାନ ଫ୍ୟାମିଲିଜ୍‌ (ୟୁଏଇ), ୩ୟ ସ୍ଥାନରେ ଦି ଏଆଇ ଥାନୀ ଫ୍ୟାମିଲିଜ୍‌ (କତାର), ୪ର୍ଥ ସ୍ଥାନରେ ଦି ହର୍ମସ ଫ୍ୟାମିଲିଜ୍‌ (ଫ୍ରାନ୍ସ) ଏବଂ ୫ମ ସ୍ଥାନରେ ଦି କୋଚ୍‌ ଫ୍ୟାମିଲିଜ୍‌ (ୟୁଏସ୍‌) ରହିଛନ୍ତି। ଅପରପକ୍ଷରେ ଏଲନ୍‌ମସ୍କ ବ୍ୟକ୍ତିଗତ ଭାବେ ବିଶ୍ୱର ଶ୍ରେଷ୍ଠ ଧନୀ ଭାବେ ପରିଗଣିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକଙ୍କୁ ଆର୍‌ବିଆଇର ବଡ଼ ଉପହାର

ନୂଆଦିଲ୍ଳୀ,୧୪।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୃଷକମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହି ନିଷ୍ପତ୍ତି...

ବେଦାନ୍ତ ଆଲୁମିନିୟମ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୧୪।୧୨: ବେଦାନ୍ତ ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ୍‌କୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରି କି ଶକ୍ତି ସଂରକ୍ଷଣ ଓ...

ତଳମୁହାଁ ଶେୟାର ବଜାର: ୭ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୧୩।୧୨: ଭାରତୀୟ ଶେୟାର ବଜାରରେ ଶୁକ୍ରବାର ସେନସେକ୍ସ ୧,୨୦୦ ପେଣ୍ଟରୁ ଅଧିକ ହ୍ରାସ ପାଇଛି। ଗୁରୁବାର ରେକର୍ଡ ହୋଇଥିବା ୪୫୮.୧୫ ଲକ୍ଷ କୋଟି ଟଙ୍କା ତୁଳନାରେ...

ରେକର୍ଡ କଲା ଭାରତ: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ

ନୂଆଦିଲ୍ଲୀ,୧୩ା୧୨: ଭାରତରେ ପ୍ରତ୍ୟେକ୍ଷ ବିଦେଶ ନିବେଶ(ଏଫଡିଆଇ) ୨୦୦୦ ରୁ ୨୦୨୪ ମଧ୍ୟରେ ୧୦୦୦ ଆରବ ଡଲାର ପାର କରିଛି। ଏହା ବିଶ୍ୱସ୍ତରରେ ଏକ ନିରାପଦ ଏବଂ...

ଇପିଏଫଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର: ଏଣିକି ଏଟିଏମ୍‌ରୁ ଉଠାପାରିବେ ଇପିଏଫଓ ଟଙ୍କା

ନୂଆଦିଲ୍ଲୀ,୧୩।୧୨:ଏମ୍ପପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ)ର ସଦସ୍ୟମାନେ ଆସନ୍ତାବର୍ଷଠାରୁ ସିଧାସଳଖ ଏଟିଏମରୁ ଜମା ହୋଇଥିବା କଷ୍ଟ ଉପାର୍ଜିତ ଟଙ୍କା କାଢିବାକୁ କରିବାକୁ ସକ୍ଷମ ହେବେ। କେନ୍ଦ୍ର...

ନଭେମ୍ବର ମାସରେ ହ୍ରାସ ପାଇଲା ଦରଦାମ୍: ୬% ତଳକୁ ଖସିଲା ଖୁଚୁରା ମୁଦ୍ରାସ୍ଫିତି

ନୂଆଦିଲ୍ଲୀ,୧୨।୧୨: ନଭେମ୍ବର ମାସରେ ହ୍ରାସ ପାଇଲା ମୁଦ୍ରାସ୍ଫିତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ୬% ତଳେ ଦରଦାମ୍। ଗୁରୁବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା...

ଜିଓର ନୂଆବର୍ଷ ଭେଟି, ପ୍ରତିଦିନ ହାଇସ୍ପିଡ୍‌ ୨.୫ଜିବି ଇଣ୍ଟନନେଟ୍‌ ମାତ୍ର ଏତିକି ଟଙ୍କାରେ…

ନୂଆଦିଲ୍ଲୀ,୧୨।୧୨: ଆଉ କିଛି ଦିନ ପରେ ଆସିବ ନୂଆବର୍ଷ । ଏତିପାଇଁ ଜିଓ ଆଣିଛି ଦମଦାର ଅଫର୍‌। ନିଜ କୋଟି କୋଟି ୟୁଜର୍ସଙ୍କୁ ଖୁସି ଖବର...

ଏଆଇଏସ୍‌ ଉଇଣ୍ଡୋଜର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୨।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଗ୍ଲାସ ନିର୍ମାତା ‘ଏଆଇଏସ୍‌ ଉଇଣ୍ଡୋଜ’ର ଏକ୍ସକ୍ଲୁସିଭ ଆଉଟଲେଟ ବୁଧବାର ଭୁବନେଶ୍ୱରର ପୁରୀ ବାଇପାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri