ଚେକ୍‌ ବାଉନ୍ସ ମାମଲା ଅଭିଯୁକ୍ତ ଯୁବକ ଜେଲ ଗଲେ

ରୂପସା, ୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା କୁଶଡ଼ିହା ଗ୍ରାମର ରବୀନ୍ଦ୍ର ସେନାପତିଙ୍କୁ ଚେକ୍‌ ବାଉନ୍ସ ମାମଲାରେ ବସ୍ତା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି।
ରବୀନ୍ଦ୍ର ସେନାପତି ୨୦୧୮ରେ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ବ କୁଣ୍ଡପୁର ନିକଟରେ ଥିବା ମା’ ଲକ୍ଷ୍ମୀ ଇଟାଭାଟିରୁ ୫ଲକ୍ଷ ଟଙ୍କାର ଇଟା ନେଇ ଏକ ଚେକ୍‌ ପ୍ରଦାନ କରିଥିଲେ। ଚେକ୍‌ ଡିପୋଜିଟ୍‌ ପରେ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଏନେଇ ବାରମ୍ବାର ଇଟାଭାଟି ମାଲିକ ଅଜିତ୍‌ କୁମାର ଷଡ଼ଙ୍ଗୀ ବ୍ୟାଙ୍କ ଓ ଗ୍ରାହକ ପାଖକୁ ଦୌଡି ନୟାନ୍ତ ହୋଇଥିଲେ। ଶେଷରେ ୨୦୧୯ରେ ସେ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟର ନିର୍ଦ୍ଦେଶ ପରେ ବୁଧବାର ବିଳମ୍ବିତ ରାତିରେ ବସ୍ତା ଥାନା ପୋଲିସ ଚଢ଼ାଉ କରି ରବୀନ୍ଦ୍ରଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ।

Share