ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଆତଙ୍କବାଦୀଙ୍କର ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ଆସିଥିବା ଆତଙ୍କବାଦୀମାନଙ୍କୁ ଅଖନୁର ସେକ୍ଟରରୁ ସେନା ଦ୍ୱାରା ତଡ଼ି ଦିଆଯାଇଛି। ଭାରତୀୟ ସେନାଙ୍କ ଗୁଳିମାଡ଼ରେ ଜୀବନ ବିକଳରେ ଆତଙ୍କବାଦୀମାନେ ପୁଣି ପାକିସ୍ତାନ ସୀମାକୁ ଫେରି ଯାଇଛନ୍ତି। ଗତ ୪ ଦିନ ମଧ୍ୟରେ ସେନା ଆତଙ୍କବାଦୀଙ୍କ ତୃତୀୟ ଅନୁପ୍ରବେଶକୁ ପଣ୍ଡ କରିଛି। ବୁଧବାର-ଗୁରୁବାର ରାତିରେ ଆତଙ୍କବାଦୀମାନେ ନୌଶେରା ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ସେନାର କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇ ପାରି ନ ଥିଲେ।