ମସ୍କୋ,୨୫।୧୨:ରୁଷିଆର ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର୍ ପୁଟିନଙ୍କୁ ଚ୍ୟାଲେଞ୍ଜ କରିଥିବା ମହିଳା ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ୟେକାଟେରିନା ଡଣ୍ଟସୋଭାଙ୍କୁ ନିର୍ବାଚନ ଆୟୋଗ ଏକ ବଡ଼ ଝଟକା ଦେଇଛି। ୨୦୨୪ ନିର୍ବାଚନରେ ରାଷ୍ଟ୍ରପତି ପୁଟିନଙ୍କୁ ଚ୍ୟାଲେଞ୍ଜ କରିବାରେ ଆଗରେ ଥିବା ୟେକାଟେରିନା ଡଣ୍ଟସୋଭାଙ୍କ ପ୍ରାର୍ଥୀପତ୍ରକୁ ନିର୍ବାଚନ ଆୟୋଗ ରଦ୍ଦ କରିଦେଇଛି। ନିର୍ବାଚନ ଆୟୋଗ ତାଙ୍କ ନାମାଙ୍କନପତ୍ରରେ ୧୦୦ଟି ଭୁଲ ପାଇଛନ୍ତି। ଫଳରେ ପୁଟିନଙ୍କ ପଥରେ ସବୁଠାରୁ ବଡ କଣ୍ଟା ସଫା ହୋଇଯାଇଛି। ପୂର୍ବତନ ସାଂସଦ ୟେକାଟେରିନା ଡଣ୍ଟସୋଭା ପୁଟିନଙ୍କ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ପୁଟିନଙ୍କ ଆକ୍ରମଣକୁ ସେ ବିରୋଧ କରୁଛନ୍ତି। ପୂର୍ବତନ ସାଂସଦ ୟେକାଟେରିନା ଡଣ୍ଟସୋଭା ୟୁକ୍ରେନରେ ଶାନ୍ତି ପାଇଁ ଆହ୍ବାନ କରୁଛନ୍ତି। କିନ୍ତୁ ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସ୍ବପ୍ନ ଭାଙ୍ଗି ଯାଇଛି।
ତାଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ ହେବା ପରେ ଡଣ୍ଟସୋଭା କହିଛନ୍ତି ଯେ, ରୁଷିଆର ସୁପ୍ରିମକୋର୍ଟରେ ସେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ।