ଡାକ୍ତରଖାନା ପରିସରରେ ଶିଶୁପୁତ୍ରକୁ ଫିଙ୍ଗି ପଳାଇଲେ

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବୁଧବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡ଼ିଛି। କିଏ କେବେ ଫୋପାଡ଼ିଛି ଜଣା ପଡ଼ି ନ ଥିଲେ ହେଁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

ସୂଚନାନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ର କେହି ରଖି ଦେଇ ତା’ ଉପରେ ଏକ ବ୍ୟାଗ ଘୋଡ଼ାଇ ଦେଇଥିଲେ। କେହି ଏ ବାବଦରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଶିଶୁଟିକୁ ଉଦ୍ଧାର କରି ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଛନ୍ତି। ଶିଶୁଟିର ସ୍ବାସ୍ଥ୍ୟ ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

Share