କୋଲକାତା,୧୦ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଶେଷକୁ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡିଛି ଆଉ ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବାକୁ ଘୋଷଣା କରି ସାରିଛନ୍ତି । ପ୍ରଦର୍ଶନକାରୀ ଏତେ ଉଗ୍ର ହୋଇଛନ୍ତି ଯେ ରାଷ୍ଟ୍ରପତି ଭବନ ଭିତରକୁ ଧଶେଇ ପଶି ଯାଇଛନ୍ତି । ଏହି ଭୟଙ୍କର ସଙ୍କଟ ମଧ୍ୟରେ ମମତା ବାନାର୍ଜୀଙ୍କ ଦଳ ତ୍ରୁଣ ମୂଳ କଂଗ୍ରେସ(ଟିଏମି) ପକ୍ଷରୁ ଏକ ବଡ ବୟାନ ସାମ୍ନାକୁ ଆସିଛି । ଟିଏମସି କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହିଭଳି ପରିସ୍ଥିତିର ସାମ୍ନା କରିବାକୁ ଯାଉଛନ୍ତି ଯେଉଁଭଳି ପରିସ୍ଥିତି ଶ୍ରୀଲଙ୍କାରେ ଉପୁଜିଛି ।
ଟିଏମସି ବିଧାୟକ ଇଦରିସ ଅଲି କହିଛନ୍ତି, ଏହା ଅନ୍ୟାୟ କାହିଁକିନା ମମତାଙ୍କ ଦ୍ୱାରା ପରିଯୋଜନାର ଆରମ୍ଭ କରାଗଲା ହେଲେ କେନ୍ଦ୍ର ସରକାର, ରେଳ ମନ୍ତ୍ରଣାଳୟ ଓ ମୋଦିଙ୍କ ଦ୍ୱାରା ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଶ୍ରୀଲଙ୍କାରେ ଯାହା ହୋଇଛି ସେଭଳି ପରିସ୍ଥିତିର ସାମ୍ନା ମୋଦିଙ୍କୁ କରିବାକୁ ପଡିବ । ସେ ସିୟାଳଦହ ମେଟ୍ରୋ ଷ୍ଟେଶନ ଉଦଘାଟନ ସମାରୋହକୁ ନେଇ କଥା ହେଉଥିଲେ ଯେଉଁଠିକି ରାଜ୍ୟ ସରକାରଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା ।