ଆନୁଷଙ୍ଗିକ ସୁବିଧା ଅଭାବରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଫୁର୍ଲିଝରଣ ଜଳପ୍ରପାତ। ଏଠାକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ବିଶେଷ କରି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଓ ନୂତନ ବର୍ଷରେ ଭୋଜି ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ଏହି ଜଳପ୍ରପାତ। ହେଲେ ଆନୁଷଙ୍ଗିକ ସୁବିଧା ନ ଥିବାରୁ ପର୍ଯ୍ୟଟକ ବର୍ତ୍ତମାନ ମୁହଁ ଫେରାଇବାକୁ ବସିଲେଣି।
କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ରହିଛି ଫୁର୍ଲିଝରଣ ଜଳପ୍ରପାତ। ଭବାନୀପାଟଣା ମୁଖ୍ୟାଳୟରୁ ମାତ୍ର ୧୨ କି.ମି. ଦୂରରେ ଥିବା ଏହି ଜଳପ୍ରପାତରେ ୪୯ ଫୁଟ୍‌ ଉପରୁ ପଡୁଥିବା ଜଳଧାରା ଲୋକଙ୍କୁ ଆକର୍ଷିତ କରିଥାଏ। ସାରେ ଝରଣାରେ ସୂର୍ଯ୍ୟକିରଣ ପଡି ସୃଷ୍ଟି ହେଉଥିବା ଇନ୍ଦ୍ରଧନୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ପ୍ରତିବର୍ଷ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ। ଏଠାରେ ଜଳପ୍ରପାତ ସାଙ୍ଗକୁ ଚିତ୍ତାକର୍ଷକ ଗେଟ୍‌, ଛୋଟ ଶିଶୁଙ୍କ ପାଇଁ ବିଭିନ୍ନ ଖେଳଣା ସାମଗ୍ରୀ ସହ ଶିଶୁ ଉଦ୍ୟାନ, ବିଭିନ୍ନ ବନ୍ୟଜନ୍ତୁଙ୍କ ସିମେଣ୍ଟ ମୂର୍ତ୍ତି, ବାଉଁଶ ଘର, ରେଷ୍ଟୁରାଣ୍ଟ, ପିଇବା ପାଇଁ ସ୍ବଚ୍ଛ ଜଳ ବ୍ୟବସ୍ଥା, ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, ସେଲ୍ଫି ପଏଣ୍ଟ, ଓ୍ବାଚ୍‌ଟାୱାର, ବିଶ୍ରାମ ନେବା ପାଇଁ ରେଷ୍ଟସେଡ୍‌ ଭଳି ବ୍ୟବସ୍ଥା ରହିଛି। ଏସବୁ ସୁବିଧା ଯୋଗୁ ଲୋକେ ଏଠାକୁ ଆସିବା ପାଇଁ ପସନ୍ଦ କରନ୍ତି। ପ୍ରବେଶ ପାଇଁ ଟିକେଟ ବ୍ୟବସ୍ଥା ରହିଥିବାରୁ ବନ ବିଭାଗକୁ ବେଶ ଲାଭ ମଧ୍ୟ ହୋଇଥାଏ। ଜଳପ୍ରପାତର ସୌନ୍ଦର୍ଯ୍ୟକରଣରେ ପ୍ରତିବର୍ଷ ଅର୍ଥ ବ୍ୟୟ ହେଉଥିବା ବେଳେ କିଛି ମୌଳିକ ଅସୁବିଧା ପାଇଁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫୁର୍ଲିଝରଣ ଜଳପ୍ରପାତ ଅଭୟାରଣ୍ୟ ମଧ୍ୟରେ ଥିବାବେଳେ ସେଠି କୌଣସି ନେଟ୍‌ୱର୍କର ସୁବିଧା ନାହିଁ। ଫଳରେ କୌଣସି ଅଘଟଣ ଘଟିଲେ ପୋଲିସ କିମ୍ବା ଆମ୍ବୁଲାନ୍ସ ଡାକିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡେ। ମହିଳାମାନଙ୍କ ପାଇଁ ଥିବା ଶୌଚାଳୟ ଅନେକ ସମୟରେ ତାଲା ପଡି ରହିଥିବାରୁ ମହିଳାମାନେ ଅସୁବିଧାର ସାମ୍ନା କରିଥାନ୍ତି। ରେଷ୍ଟୁରାଣ୍ଟ ମଧ୍ୟ ପ୍ରାୟ ସମୟରେ ବନ୍ଦ ରହୁଥିବାରୁ ସେଠାରେ କୌଣସି ଖାଇବା ଜିନିଷ ମିଳେ ନାହିଁ। ବାହାରୁ ଖାଦ୍ୟ ନେଇ ଯିବା ପାଇଁ ମନା କରାଯାଉଥିବା ବେଳେ ଜଳପ୍ରପାତ ଜଙ୍ଗଲ ଭିତରେ ଥିବାରୁ ଆଖପାଖରେ କୌଣସି ଜିନିଷ ମିଳିବା ସମ୍ଭାବନା ମଧ୍ୟ ନ ଥାଏ। ଏଥିପାଇଁ ଲୋକେ ଭୋକଉପାସରେ ଫେରି ଆସୁଥିବା ଦେଖାଯାଏ। ଜଳପ୍ରପାତ ପାଖରେ ଏକ ଲୁହା ରେଲିଂକୁ ଛାଡିଦେଲେ ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଲୋକେ ଅନେକ ସମୟରେ ପାଣିରେ ପଡି ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସେ। ଉପରୋକ୍ତ ସମସ୍ୟାଗୁଡିକର ସମାଧାନ କରାଗଲେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏଥିପ୍ରତି ଜିଲା ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ କଚାଡ଼ି ପାଦରେ ଦଳି ଦେଇଥିଲା ଦନ୍ତା

ବଣାଇଁ,୧୪ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ସୋଲ ରେଞ୍ଚ ଅନ୍ତର୍ଗତ ଟୁକୁଡ଼ା ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଜଳିଗଲା ମୋ ବସ

କଟକ,୧୪ା୧୨ (କାର୍ତ୍ତିକ ସାହୁ): କଟକ ମଧୁପାଟଣା ଛକ ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏକ ମୋ ବସରେ...

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡ୍‌ରେ ଭାଗନେବେ ଶିବାନୀ

ଭବାନୀପାଟଣା, ୧୪ା୧୨ (ଉତ୍ତମ କୁମାର ଦାଶ): ଜାନୁଆରୀ ୨୨ରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେବାକୁ ଥିବା ଜାତୀୟ ପରେଡ୍‌ରେ ଭାଗ ନେବେ...

ଦେଶୀମଦ ପ୍ରସ୍ତୁତି ଘଟଣା: ମା’-ପୁଅ ଗଲେ ଜେଲ୍‌

ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ବେଲପଡ଼ା ଗ୍ରାମରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରି ଚୋରା ଚାଲାଣ କରୁଥିବା...

ଜାରିହୋଇଥିଲା ୧୪୪ ଧାରା: ବିବାଦୀୟ ଜମିରୁ କାଟିନେଲେ

ବେଲଗୁଣ୍ଠା,୧୪ା୧୨(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ସରକାରୀ କଟକଣା ସତ୍ତ୍ୱେ ଆଇନକୁ ଉଲ୍ଲଂଘନ କରି ୧୪୪ ଧାରା ଲାଗିଥିବା ଏକ ବିବାଦୀୟ ଜମିରୁ ଏକ ଦଳିତ ଗୋଷ୍ଠୀ ଧାନ...

୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ନିକଟରେ ମାଓବାଦୀ ସଂଗଠନର ୧୧ ସକ୍ରିୟ ସଦସ୍ୟ ଶନିବାର ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଯୋଗେନ୍ଦ୍ର ଯାଦବ,...

ବାପା, ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ବଡ଼ ଗଲେ ଜେଲ୍‌

ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୃନ୍ଦାବନ ଗୌଡ଼ ଏବଂ ତାଙ୍କ ସାନପୁଅ ଶଙ୍କର ଗୌଡ଼ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ...

ସ୍ତ୍ରୀଙ୍କୁ ଜୀବନରୁ ମାରିଦେବକୁ ସଡଯନ୍ତ୍ର କରିଥିଲେ କନଷ୍ଚେବଳ ସ୍ବାମୀ, ଆଜିବି…

ବଲାଙ୍ଗୀର,୧୪।୧୨: ନୃଶଂସ ସ୍ବାମୀ, ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ କରିଥିଲେ ଉଦ୍ୟମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ । ନିଜ ସ୍ତ୍ରୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri