Categories: ଜାତୀୟ

ମଧ୍ୟପ୍ରଦେଶ : ବିଷାକ୍ତ ମଦ ପିଇ ଚାଲିଗଲା ୧୧ ଜଣଙ୍କ ଜୀବନ

ଭୋପାଳ, ୧୫।୧୦-ବିଷାକ୍ତ ମଦ ପିଇ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ମଧ୍ୟପ୍ରଦେଶର ଉଜ୍ଜୟୀନ ସହରରେ ଦେଖିବାକୁ ମିଳିଛି। ବୁଧବାର ରାତିରେ ୭ ଜଣ ପ୍ରାଣ ହରାଇଥିବାବେଳେ ଗୁରୁବାର ସକାଳେ ୪ ଜଣଙ୍କ ମୃତଦେହ ମିଳିଥିବା ଉଜ୍ଜୟୀନ ସହରର ପୋଲିସ ଅଧୀକ୍ଷକ (ସିଏସପି) ରଜନୀଶ କାଶ୍ୟପ କହିଛନ୍ତି। ଅପରପକ୍ଷେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ସରକାର ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଏସଆଇଟି ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Share